ଓଡ଼ିଶାମୁଖ୍ୟ ଖବର

ଦଶହରାରେ ବନ୍ଦ ରହିବ ଶ୍ରୀମନ୍ଦିର

ଭସାଣୀରେ ମଧ୍ୟାହ୍ନ ୧୨ଟା ପରଠୁ ଦର୍ଶନ ବନ୍ଦ

ଚଳିତ ବର୍ଷ ଦଶହରାରେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । ଦଶହରାରେ ଶ୍ରୀଜିଉଙ୍କ ସୁନାବେଶ କରାଯିବ । ଶନିବାର ଦିନ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ହେବ ସାଧାରଣ ଦର୍ଶନ । ଭସାଣୀ ପାଇଁ ମଧ୍ୟାହ୍ନ ୧୨ଟା ପରଠୁ ବନ୍ଦ ରହିବ ଦର୍ଶନ । ଦୁର୍ଗାପୂଜା ଭସାଣୀ ପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏଥିପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଏବଂ ମରିଚିକୋଟ ଛକ ପର୍ଯ୍ୟନ୍ତ ଲାଗୁ ହେବ ୧୪୪ ଧାରା । କୋଭିଡ୍ କଟକଣା ଅନୁଯାୟୀ ରବିବାର ବି ଶ୍ରୀମନ୍ଦିର ବନ୍ଦ ରହିବ । ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Show More

Related Articles

Back to top button