ଓଡ଼ିଶାପାଣିପାଗ

କମୁଛି ମହାନଦୀ ଓ କାଠଯୋଡି ନଦୀର ଜଳସ୍ତର

ମହାନଦୀ ଓ କାଠଯୋଡି ନଦୀରେ ହ୍ରାସ ପାଉଛି ଜଳସ୍ଥର । ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବନ୍ୟାଜଳ । ତେବେ ଆଜି ମୁଣ୍ଡଳି ଦେଇ ମହାନଦୀର ୮ ଲକ୍ଷ ୮୮ ହଜାର ୧୪୯ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ଯୋବ୍ରା ଦେଇ ୪ ଲକ୍ଷ ୨୯ ହଜାର ୪୨୩ କ୍ୟୁସେକ୍ ଜଳ ପାସ୍ କରୁଛି ।

ସେହିପରି ନରାଜ ବ୍ୟାରେଜ ଦେଇ ୪ ଲକ୍ଷ ୫୩ ହଜାର ୭୪୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।

ତେବେ ଉଭୟ ମହାନଦୀ ଓ କାଠଯୋଡ଼ିରେ ବନ୍ୟାଜଳ କମୁଥିବାରୁ ତଳିଆ ଅଞ୍ଚଳବାସୀଙ୍କୁ ଆଶ୍ବସ୍ତି ମିଳିଛି । ହୀରାକୁଦ ଗେଟ ବନ୍ଦ କରାଯାଉଥିବାରୁ ମହାନଦୀ ଓ କାଠଯୋଡିରେ ବନ୍ୟାଜଳ ସ୍ତର ଆହୁରି କମିବାର ସମ୍ଭାବନା ରହିଛି ।

 

Show More

Related Articles

Back to top button