ଓଡ଼ିଶାଦୁର୍ଘଟଣା

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ,୪୦ ଶ୍ରମିକ ଆହତ

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ । ଏଭି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ବିଜୁ ଏକ୍ସପ୍ରେସ ୱେର ପିପଲା ନିକଟରେ । ଦୁର୍ଘଟଣା ୪୦ ଶ୍ରମିକ ଆହତ ହୋଇଥିବାବେଳେ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ , ଶୁକ୍ରବାର ସକାଳେ ଧାନ ରୋଇବାକୁ ବେହେରା ଅଞ୍ଚଳର ପଳସପାଣି ଗାଁରୁ ଧର୍ମଗଡ଼ ଆସୁଥିଲେ ପ୍ରାୟ ୪୦ ଜଣ ଶ୍ରମିକ । ଏହି ସମୟରେ ହଠାତ୍ ଭାରସାମ୍ୟ ହରାଇ ବିଜୁ ଏକ୍ସପ୍ରେସ ୱେର ପିପଲା ନିକଟରେ ଭ୍ୟାନଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁଘର୍ଟଣାରେ ୪୦ ଜଣ ଶ୍ରମିକ ଆହତ ହୋଇଥିଲେ। ପୁଲିସ ଓ ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲା।

Show More

Related Articles

Back to top button