Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତର କୃଷି ବିଲକୁ ପୂର୍ଣ୍ଣ ସମର୍ଥନ ଜଣାଇଲେ ଆମେରିକା ସରକାର

ଭାରତରେ ତିନୋଟି କୃଷି ବିଲକୁ ବିରୋଧ କରାଯାଉଥିବା ବେଳେ ଆମେରିକାର ଜୋ ବାଇଡେନ୍ ସରକାର ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ଜୋ ବାଇଡେନଙ୍କ ପ୍ରଶାସନ ଦ୍ବାରା ଜାରି ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଭାରତର ନୂତନ କୃଷି ବିଲ୍ କୃଷିରେ ଉନ୍ନତି ଆଣିବ ଏବଂ କୃଷି ଅର୍ଥନୀତିରେ ଉନ୍ନତି ହେବ

ଭାରତରେ ତିନୋଟି କୃଷି ବିଲକୁ ବିରୋଧ କରାଯାଉଥିବା ବେଳେ ଆମେରିକାର ଜୋ ବାଇଡେନ୍ ସରକାର ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ଜୋ ବାଇଡେନଙ୍କ ପ୍ରଶାସନ ଦ୍ବାରା ଜାରି ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଭାରତର ନୂତନ କୃଷି ବିଲ୍ କୃଷିରେ ଉନ୍ନତି ଆଣିବ ଏବଂ କୃଷି ଅର୍ଥନୀତିରେ ଉନ୍ନତି ହେବ। ଏହା ମଧ୍ୟ କୁହାଯାଇଛି ଯେ ଏହି ପ୍ରସଙ୍ଗରେ ଚାଲିଥିବା ବିରୋଧକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ।

ଜୋ ବାଇଡେନ ପ୍ରଶାସନ ତରଫରୁ ଜାରୀ ଏହି ବିବୃତ୍ତିକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ନିକଟରେ ଆନ୍ତର୍ଜାତୀୟ ସେଲିବ୍ରିଟି ପପ୍ ଗାୟକ ରିହାନା ଏବଂ ସ୍ୱିଡେନର ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଏପରି ପରିସ୍ଥିତିରେ ବାଇଡେନ ପ୍ରଶାସନଙ୍କର ଏହି ବିବୃତି ଅନ୍ତର୍ଜାତୀୟ ସ୍ତରରେ ସମର୍ଥନକାରୀଙ୍କୁ ଶକ୍ତ ଧକ୍କା ସଦୃଶ ହୋଇଛି।

ଭାରତରେ ଚାଲିଥିବା ବିରୋଧ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି ଯେ ଆମେରିକା ଭାରତର ପଦକ୍ଷେପକୁ ସ୍ୱାଗତ କରୁଛି। ଏହି କୃଷି ବିଲ୍ ଭାରତୀୟ ବଜାରକୁ ଶକ୍ତ କରିବ। ଅଧିକ ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ। ୱାଶିଂଟନ୍ ସ୍ବୀକାର କରିଛି ଯେ ଶାନ୍ତିପୂର୍ଣ୍ଣ ବିରୋଧ ହେଉଛି ଯେ କୌଣସି ସମୃଦ୍ଧ ଗଣତନ୍ତ୍ରର ସଙ୍କେତ। ଯଦି କୌଣସି ମତଭେଦ ସୃଷ୍ଟି ହୁଏ ତେବେ ତାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଆବଶ୍ୟକ।

ବର୍ତ୍ତମାନ କୃଷି ବିଲ ଉପରେ ସରକାର ଏବଂ ଚାଷୀ ନେତାଙ୍କ ମଧ୍ୟରେ ବହୁବାର ଆଲୋଚନା ହୋଇ ସାରିଛି। ହେଲେ ଉଭୟ ଉଭୟଙ୍କ ଜିଦରେ ରହିବା ଯୋଗୁଁ ତାହାର କୌଣସି ସମାଧାନ ହୋଇପାରୁ ନାହିଁ। ଏପରିକି ଜାନୁୟାରୀ 26 ତାରିଖରେ ଚାଷିଙ୍କ ଏହି ଆନ୍ଦୋଳନ ଏକ ହିଂସାତ୍ମକ ରୂପ ନେଇଥିଲା। ଲାଲକିଲାକୁ ଚାଷୀମାନେ ଘେରିଯାଇ କିଛି ସମୟ ପାଇଁ ନିଜ କବଜାକୁ ନେଇ ଯାଇଥିଲେ। ଏହିପରି ପରିସ୍ଥିତିକୁ ନେଇ ବିଭିନ୍ନ ମହଲରେ ନିନ୍ଦା ମଧ୍ୟ କରାଯାଇଛି।

ଚାଷି ଆନ୍ଦୋଳନକୁ ନେଇ ବର୍ତ୍ତମାନ ଦେଶ ରାଜନୀତି ମଧ୍ୟ ବେ ସରଗରମ ହୋଇପଡିଛି। ବିଭିନ୍ନ ବିରୋଧୀ ଦଳ ଚାଷୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରିବାରେ ଲାଗିଛନ୍ତି। ଚାଷୀଙ୍କୁ ମାଧ୍ୟମ କରି ସେମାନେ ମୋଦୀ ସରକରାଙ୍କୁ ଘେରିବାରେ ଲାଗିଛନ୍ତି। ହେଲେ ସେଥିରେ ସେପରି ସଫଳତା ହାସଲ କରିପାରୁ ନାହାଁନ୍ତି ବିରୋଧୀ। ଗୋଟିଏ ପଟେ ସରକାର ଚାଷୀଙ୍କ ଆଲୋଚନା ବିଫଳ ହେଉଥିବା ବେଳେ ଅନ୍ୟପଟେ ଚାଷୀ ଆନ୍ଦୋଳନ ଥମିବାର ମଧ୍ୟ ନାଁ ଧରୁ ନାହିଁ।

Tags
Show More

Related Articles

Back to top button
Close