Breaking PLUSଓଡ଼ିଶାମୁଖ୍ୟ ଖବର

ଦୋକାନ ଭିତରେ ପଶିଗଲା ଲୁହା ବୋଝେଇ ଟ୍ରକ୍, ଦୁଇ ମୃତ ଦୁଇ ଗୁରୁତର ଆହାତ

କେନ୍ଦୁଝର ଜିଲ୍ଲାର ଶୁଆକାଠି ଠାରେ ଘଟିଛି ଅଘଟଣ । ଏକ ଦଶ ଚକିଆ ଟ୍ରକ ଦୋକାନ ଘରେ ପଶି ଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ପ୍ରକାଶ ଯେ ଆଜି ଦିନରେ ଏକ ଦଶ ଚକିଆ ଟ୍ରକ ଆଇରନ ଲୋଡ଼ କରିବା ପାଇଁ ଶୁଆକାଠି ସ୍ଥିତ ଓଏମସି ଖଣିକୁ ଯାଉଥିଲା ।

ଏହି ସମୟରେ ମନ୍ଦିର ନିକଟରେ ଥିବା ଏକ ଦୋକାନ ଘରେ ଟ୍ରକଟି ଭାରସାମ୍ୟ ହରାଇ ପଶି ଯାଇଥିଲା । ଏହି ଦୁର୍ଘଟଣା ଯୋଗୁ ଦୋକାନ ମାଲିକ ଓ ଟ୍ରକ ହେଲପରର ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଡ୍ରାଇଭର ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଏହି ଦୁର୍ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଛି । ଖବର ପାଇ ସଦର ପୋଲିସ ପହଞ୍ଚି ବୁଝାସୁଝା ଆରମ୍ଭ କରିଛି।

Show More

Related Articles

Back to top button