Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଧାନସଭାରେ ରହିବନି ପ୍ରଶ୍ନକାଳ; କୋଭିଡ କଟକଣା ଭିତରେ ସାଢେ ୪ ଘଣ୍ଟା ଚାଲିବ ଅଧିବେଶନ

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଶେଷ ହୋଇଛି । ତେବେ ଆସନ୍ତା ୨୦ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନରେ କୋଭିଡ ପାଇଁ ପ୍ରଶ୍ନକାଳ ରହିବ ନାହିଁ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ରାଜ୍ୟ ସରକାରଙ୍କୁ ସୁହାଇଛି କରୋନା ମାଡ

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଶେଷ ହୋଇଛି । ତେବେ ଆସନ୍ତା ୨୦ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନରେ କୋଭିଡ ପାଇଁ ପ୍ରଶ୍ନକାଳ ରହିବ ନାହିଁ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ରାଜ୍ୟ ସରକାରଙ୍କୁ ସୁହାଇଛି କରୋନା ମାଡ । ସରକାର ଏମିତିରେ ପ୍ରଶ୍ନର ଉତ୍ତର ରଖିବାକୁ  ଚାହୁଁ ନଥିଲେ, ପ୍ରଶ୍ନକାଳ ବି ରହିବ ନାହିଁ  ନିଷ୍ପତି ହୋଇଛି ।

ଆସନ୍ତା ୨୦ ତାରିଖ ଠାରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ  । ଏହି ଶୀତ ଅଧିବେଶନରେ କୋଭିଡ ପାଇଁ ପ୍ରଶ୍ନକାଳ ରହିବ ନାହିଁ   । ଏହାଛଡ଼ା ପ୍ରତି ଦିନ ଅଧିବେଶନ ସାଢେ ୪ ଘଣ୍ଟାରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ମହାମାରୀ କଟକଣା ସମୟରେ ଏଥର ଶୀତ ଅଧିବେଶନ ପରିଚାଳନା କିପରି ହେବ, କିଭଳି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବ ସେନେଇ  ସର୍ବଦଳୀୟ ବୈଠକ ରେ ଆଲୋଚନା ହୋଇଛି  । ଅନ୍ୟପକ୍ଷରେ ଆସନ୍ତା ୨୦ରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ । କୋଭିଡ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ ହେବ । ବରିଷ୍ଠ ବିଧାୟକମାନେ ଚାହିଁଲେ ଭିସିରେ ଭାଗ ନେଇପାରିବେ ବୋଲି ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ବିଧାନସଭା ମୌସୁମୀ ଅଧିବେଶନରେ ପ୍ରଶ୍ନକାଳକୁ ବାତିଲ କରାଯାଇଥିଲା ।

Show More

Related Articles

Back to top button