Breaking PLUSଦେଶ ବିଦେଶବାଣିଜ୍ୟ

ଆରମ୍ଭ ହେବ ବେଙ୍ଗାଲୁରୁ ଟେକ ସମିଟ

ବେଙ୍ଗାଲୁରୁ ବୈଷୟିକ ଶିଖର ବୈଠକକୁ  ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‍ ମୋରିସନ୍‍ ଏବଂ ସ୍ୱିଜରଲାଣ୍ଡ ଉପରାଷ୍ଟ୍ରପତି ଗାଏ ପାରମାଲିନ୍‍ ତଥା ବହୁ ବିଶ୍ୱସ୍ତରୀୟ ପ୍ରମୁଖ ନେତାଏହି ଉଦ୍‍ଘାଟନୀ ସମାରୋହରେ ଯୋଗ ଦେବେ।

ଆଜିଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଙ୍ଗାଲୁରୁ ବୈଷୟିକ ଶିଖର ବୈଠକକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନସିଂ ଜରିଆରେ ଉଦଘାଟନ କରିବେ। ଏହି ଶିଖର ବୈଠକରେ ୪ ହଜାର ପ୍ରତିନିଧି ଏବଂ ୨୭୦ ଜଣ ବକ୍ତା ଯୋଗ ଦେଉଥିବା ବେଳେ ୭୫ଟି ପ୍ରସଙ୍ଗ ଉପରେ ଆଲୋଚନା ହେବ। ଭାରତର ୫୦ରୁ ଊର୍ଦ୍ଧ୍ବ ବୈଷୟିକ ଷ୍ଟାର୍ଟ ଅପ୍‍ ୟୁରୋପୀୟ କମ୍ପାନୀଗୁଡିକ ସେମାନଙ୍କର ପ୍ରଯୁକ୍ତି ଜ୍ଞାନକୌଶଳ ପ୍ରଦର୍ଶନ କରିବେ।

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡକ୍ଟର ସି.ଏନ୍‍. ଆଶ୍ୱଥ୍‍ ନାରାୟଣା କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୨ ବର୍ଷ ତଳେ ଏହି ଉତ୍ସବର ଶୁଭାରମ୍ଭ କରିଥିଲେ ଏବଂ ଆଜି ୨୩ତମ ପ୍ରଯୁକ୍ତି ଶିଖର ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‍ଘାଟନୀ ଭାଷଣ ଶୁଣିବା ପାଇଁ ସମସ୍ତେ ଆଗ୍ରହର ସହ ପ୍ରତୀକ୍ଷା କରି ରହିଛନ୍ତି।ଏହି ଅବସରରେ କର୍ଣ୍ଣାଟକ ଓ ନେଦରଲାଣ୍ଡ ମଧ୍ୟରେ ସାଇବର୍‍ ନିରାପତା ଓ କୃଷି ଜ୍ଞାନକୌଶଳ ଉପରେ ଦୁଇଟି ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।ବେଙ୍ଗାଲୁରୁ ବୈଷୟିକ ଶିଖର ବୈଠକକୁ  ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‍ ମୋରିସନ୍‍ ଏବଂ ସ୍ୱିଜରଲାଣ୍ଡ ଉପରାଷ୍ଟ୍ରପତି ଗାଏ ପାରମାଲିନ୍‍ ତଥା ବହୁ ବିଶ୍ୱସ୍ତରୀୟ ପ୍ରମୁଖ ନେତାଏହି ଉଦ୍‍ଘାଟନୀ ସମାରୋହରେ ଯୋଗ ଦେବେ।

 

Show More

Related Articles

Back to top button