Breaking PLUSଦେଶ ବିଦେଶମୁଖ୍ୟ ଖବର

୨୫ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌; ୧୨ ମୃତ ୪୩ ଆହତ

ଉତ୍ତରପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା। ଶନିବାର ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାର ଉଦି କ୍ରସିଂ ନିକଟ ଚକର୍‌ନଗର ରାସ୍ତାରେ ୨୫ ଫୁଟ ତଳକୁ ଖସିପଡିଛି ଡିସିଏମ ଟ୍ରକ। ଏହି ଦୁର୍ଘଟଣାରେ ଅତି କମରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ୪୩ ଜଣ ଆହତ ହୋଇଛନ୍ତି।

ଏସଏସପି ବ୍ରିଜେଶ କୁମାର ସିଂଙ୍କ କହିବା ଅନୁଯାୟୀ, ଆଗ୍ରା ବାସିନ୍ଦା ବୀରେନ୍ଦ୍ର ସିଂ ବାଗେଲ ପୁଅର ଜନ୍ମଦିନ ପାଳନ ପାଇଁ ମାଙ୍କ ଦର୍ଶନ ଲାଗି ଲଖନା ସହରର କଲକା ଦେବୀ ମନ୍ଦିରକୁ ଯାଉଥିଲେ। ବାଗେଲ ଟ୍ରକରେ ୬୦ରୁ୭୦ ଲୋକଙ୍କୁ ନେଇ ଯାଉଥିଲେ।

ରିପୋର୍ଟ ଅନୁଯାୟୀ ଟ୍ରକଟି ଉଦି କ୍ରସିଂ ନିକଟ ଚକର୍‌ନଗର ରାସ୍ତାରେ ପହଞ୍ଚିବା ପରେ ନିୟନ୍ତ୍ରଣ ହରାଇ ଏକ ଗଭୀର ଗର୍ତ୍ତରେ ପଡ଼ିଯାଇଥିଲା।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମବେଦନା ଜଣାଇବା ସହ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Show More

Related Articles

Back to top button