Breaking PLUSଓଡ଼ିଶାମୁଖ୍ୟ ଖବର

ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣା, ୬ ସସପେଣ୍ଡ

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ରବିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏସସିବିରେ ହାଇଦର ଚିକିତ୍ସିତ ହେଉଥିବାବେଳେ ସୁରକ୍ଷା ଦାୟିତ୍ୱରେ ଥିବା ୬ ପୁଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ ଜଣ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି ।

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ରବିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏସସିବିରେ ହାଇଦର ଚିକିତ୍ସିତ ହେଉଥିବାବେଳେ ସୁରକ୍ଷା ଦାୟିତ୍ୱରେ ଥିବା ୬ ପୁଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ ଜଣ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ହେଲେ: ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଳ ବୁଲବୁଲ ସାହୁ, କନଷ୍ଟେବଳ ଦୀପକ ସାହୁ, କନଷ୍ଟେବଳ ମହମ୍ମଦ ମୌସିମ, କନଷ୍ଟେବଳ ଉମାକାନ୍ତ ବେହେରା ଓ କନଷ୍ଟେବଳ ସୁଧାଂଶଉ ମାଝୀ । କାର୍ଯ୍ୟାନୁଷ୍ଠାନ ନେଇ ସମ୍ବଲପୁର ଏସପିଙ୍କ ପକ୍ଷରୁ ସୂଚାନା ମିଳିଛି ।

ପ୍ରକାଶ ଯେ, କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଏସସିବି ମେଡିକାଲ ଜଲେଜରୁ ଫେରାର ଘଟଣାକୁ ନେଇ ଆଜି ଡିଜିପିଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଯେ, ସମସ୍ତ ସମୀବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି । ସବୁ ଜିଲ୍ଲାର ଏସପିଙ୍କୁ ଆଲର୍ଟ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି । ଏସଟିଏଫ ୟୁନିଟ ଓ ଡିସିପିଙ୍କୁ ମଧ୍ୟ ଆଲର୍ଟ କରାଯାଇଛି । ଷ୍ଟେସନ ଓ ପ୍ରମୁଖ ସଡ଼କ ପଥ ଉପରେ ବି ନଜର ରହିଛି । ୫ରୁ ୬ଟି ଟିମ ଗଠନ କରାଯାଇଛି । ସିସିଟିଭି ଫୁଟେଜ ଦେଖୁଛୁ । ଖୁବଶୀଘ୍ର ହାଇଦରକୁ ଧରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।

Show More

Related Articles

Back to top button