Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

IPL ପ୍ରସାରଣ ଉପରେ ରୋକ୍ ଲଗାଇଲେ ତାଲିବାନୀ

ଆଫଗାନିସ୍ତାନରେ ଆଇପିଏଲ ପ୍ରସାରଣ ଉପରେ ରୋକ ଲଗାଇଲେ ତାଲିବାନୀ ।  ଟି-୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ ପୁନର୍ବାର ଆରମ୍ଭ ହୋଇଛି । ଦୁବାଇ ଏବଂ ଆବୁଧାବିରେ ଖେଳା ଯାଉଥିବା ଏହି ଚତୁର୍ଦ୍ଦଶ ସଂସ୍କରଣର ଅବଶିଷ୍ଟ ମ୍ୟାଚକୁ ନେଇ ଫ୍ୟାନ ମାନେ ଉତ୍ସାହିତ ରହିଥିବା ବେଳେ ଏହାକୁ ବ୍ୟାନ କରିଛି ତାଲିବାନ।

ୟୁଏଇରେ ଖେଳାଯାଉଥିବା ଏହି ଲିଗରେ ମହିଳା ଦର୍ଶକଙ୍କ ଉପସ୍ଥିତି କାରଣରୁ ଏହାର ପ୍ରସାରଣ ଉପରେ ବ୍ୟାନ ଲଗାଇଛି ତାଲିବାନ । ଆଫଗାନୀ ସାମ୍ବାଦିକ ଫୱାଦ ଅମନ ଏହି ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଏହାକୁ କଡା ନିନ୍ଦା କରିଛନ୍ତି । ପଡିଆରେ ଚିୟର ଲିଡର୍ସଙ୍କ ଉପସ୍ଥିତି ଏବଂ ମହିଳା ଦର୍ଶକଙ୍କ ଉପସ୍ଥିତି ପାଇଁ ଏହି ଟୁର୍ଣ୍ଣାମେଣ୍ଟ ପ୍ରସାରଣ ଉପରେ ରୋକ ଲଗାଯିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଅମନ କହିଛନ୍ତି । ପୂର୍ବରୁ ତାଲିବାନ ପକ୍ଷରୁ ମହିଳାଙ୍କ କ୍ରୀଡାରେ ଅଂଶଗ୍ରହଣ ଉପରେ ରୋକ ଲଗାଇଥିବା ବେଳେ ସମସ୍ତ ପ୍ରକାର ମନୋରଞ୍ଜ କାର୍ଯ୍ୟକ୍ରମ ପ୍ରସାରଣ ଉପରେ ରୋକ ଲଗାଇଥିଲା । ଏହା ପୂର୍ବରୁ ତାଲିବାନର ସମାନ ଆଚରଣ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ୟ ଚେତାବନୀ ପ୍ରଦାନ କରାଯାଇଛି । ମହିଳାଙ୍କୁ କ୍ରିକେଟ ଖେଳିବାର ସୁଯୋଗ ନ ମିଳିଲେ ଆଫଗାନିସ୍ତାନ ସହ ଖେଳାଯିବାକୁ ଥିବା ଏକମାତ୍ର ଟେଷ୍ଟକୁ ବାତିଲ କରାଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button