ଓଡ଼ିଶାମୁଖ୍ୟ ଖବର

ମୁକୁଳା ଡ୍ରେନରେ ପଡିବ ସ୍ଲାବ

ସହରାଞ୍ଚଳରେ ବନ୍ୟା ସ୍ଥିତି ନେଇ ବିଧାନସଭାର ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଛି ଯେଉଁଥିରେ ଭୁବନେଶ୍ୱରରେ ଥିବା ଖୋଲା ଡ୍ରେନଗୁଡ଼ିକୁ ଶୀଘ୍ର ବନ୍ଦ କରାଯିବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ଡ୍ରେନେଜ୍ ସମସ୍ୟା ସମାଧାନ ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବାନେଇ ଗୃହ କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି । ଆଜିର ବୈଠକରେ ନଗର ଉନ୍ନୟନ ସଚିବ ଜି. ମାଥିଭାତନ ମଧ୍ୟ ଉପସ୍ଥିତ ଥିଲେ । ବିଧାୟକ ଅମର ଶତପଥୀ ଏବଂ ମହମ୍ମଦ ମୋକ୍କିମ ମଧ୍ୟ ଉପସ୍ଥିତ ଥିଲେ । ଆଜି ବୈଠକରେ ଭୁବନେଶ୍ୱର ସହ ଅନ୍ୟ ସହରର ଡ୍ରେନେଜ୍ ସମସ୍ୟା ନେଇ ଆଲୋଚନା ହୋଇଥିଲା । ରାଜ୍ୟରେ ଥିବା ସମସ୍ତ ଡ୍ରେନର ଡିଜାଇନ ବଦଳାଯିବ ଏହାସହ କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମୁକୁଳା ପଡିଥିବା ଡ୍ରେନ ଉପରେ ସ୍ଲାବ୍ ପଡ଼ିବ ।

ତେବେ ଗତ ରବିବାର ଟ୍ୟୁସନ ଯାଉଥିବା ବେଳେ ରାଜଧାନୀର ମୁକୁଳା ଡ୍ରେନରେ ଭାସିଯାଇ ୧୫ ବର୍ଷୀୟ ନାବାଳକ ଜ୍ୟୋତିପ୍ରକାଶଙ୍କ ଜୀବନ ଚାଲିଯାଇଥିଲା । ଖୋଦ୍ ରାଜଧାନୀରେ ଏଭଳି ଏକ ଘଟଣା, ସମସ୍ତଙ୍କ ଭିତରେ ଆକ୍ରୋଶ ସୃଷ୍ଟି କରିଥିଲା । ଘଟଣାକୁ ନେଇ ରାଜନୀତି ଏବଂ ବିରୋଧ ତେଜିବା ପରେ ସମସ୍ତ ମୁକୁଳା ଡ୍ରେନ୍ ଗୁଡିକୁ ବନ୍ଦ କରିବା ନେଇ ନିଷ୍ପତ୍ତି ହୋଇଛି ।

Show More

Related Articles

Back to top button