Breaking PLUSଦେଶ ବିଦେଶମୁଖ୍ୟ ଖବର

କୃଷି ଆଇନ ସମ୍ପର୍କରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିବେ ସୁପ୍ରିମକୋର୍ଟ

ତିନି କୃଷି ଆଇକୁ ବିରୋଧ କରି ଦିଲ୍ଲୀ ସୀମାରେ ଗତ ନଭେମ୍ବର ୨୬ ତାରିଖ ଠାରୁ ଚାଷୀମାନଙ୍କର ଆନ୍ଦୋଳନ ଜାରି ରହିଛି । ଏହାରି ମଧ୍ୟରେ ସୁପ୍ରିମକୋର୍ଟ ନୂଆ କୃଷି ଆଇନକୁ ଚ୍ୟାଲେଞ୍ଜ କରିବା ନେଇ ହୋଇଥିବା ଆବେଦନ ଉପରେ ଓ ଦିଲ୍ଲୀ ସୀମାରେ ଚାଲିଥିବା କୃଷକଙ୍କ ପ୍ରଦର୍ଶନ ସଂପର୍କିତ ଆବେଦନ ଉପରେ ଆଜି ଶୁଣାଣୀ କରିବେ ।

ତିନି କୃଷି ଆଇକୁ ବିରୋଧ କରି ଦିଲ୍ଲୀ ସୀମାରେ ଗତ ନଭେମ୍ବର ୨୬ ତାରିଖ ଠାରୁ ଚାଷୀମାନଙ୍କର ଆନ୍ଦୋଳନ ଜାରି ରହିଛି । ଏହାରି ମଧ୍ୟରେ ସୁପ୍ରିମକୋର୍ଟ ନୂଆ କୃଷି ଆଇନକୁ ଚ୍ୟାଲେଞ୍ଜ କରିବା ନେଇ ହୋଇଥିବା ଆବେଦନ ଉପରେ ଓ ଦିଲ୍ଲୀ ସୀମାରେ ଚାଲିଥିବା କୃଷକଙ୍କ ପ୍ରଦର୍ଶନ ସଂପର୍କିତ ଆବେଦନ ଉପରେ ଆଜି ଶୁଣାଣୀ କରିବେ । ଏଥି ସହିତ କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ଆଧାର ଯୋଜନାର ସାମ୍ବିଧାନିକ ବୈଧତାକୁ ଜାରି ରଖିବା ନେଇ ନିଜର ଆଦେଶ ବିରୋଧରେ ପୁର୍ନଃବିଚାର ଆବେଦନ ଉପରେ ସୋମବାର ଫଇସଲା ଶୁଣାଇ ପାରନ୍ତି ।

କେନ୍ଦ୍ର ଓ ଚାଷୀ ସଂଗଠନ ମଧ୍ୟ ଗତ ୭ ତାରିଖରେ ୮ମ ପର୍ଯ୍ୟାୟରେ ଆଲୋଚନା ହୋଇଥିଲା । କିନ୍ତୁ ଏଥିରେ କୌଣସି ସମାଧାନ ହୋଇପାରି ନଥିଲା । କାରଣ ଚାଷୀଙ୍କ ଦାବି ପୂରଣ ହୋଇପାରି ନଥିଲା । ଚାଷୀମାନେ ଦାବି କରିଥିଲେ ନୂଆ କୃଷି ଆଇନକୁ ବାତିଲ କରାଯାଉ । କିନ୍ତୁ କେନ୍ଦ୍ର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲା । ପ୍ରଧାନ ବିଚାରପତି ଏସଓ ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସୋମବାର ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିବେ । କେନ୍ଦ୍ର ଓ ଚାଷୀ ନେତାଙ୍କ ମଧ୍ୟରେ ଆସନ୍ତା ୧୫ ତାରିଖରେ ପୁଣି ଥରେ ଆଲୋଚନା ହେବ ।

ସୁପ୍ରିମକୋର୍ଟ ଆଜି ଆଧାର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିପାରନ୍ତି । ବ୍ୟାଙ୍କ ଖାତା, ମୋବାଇଲ ନମ୍ବର ଓ ସ୍କୁଲରେ ଦାଖଲ ହୋଇଥିବା ସୂଚନା ଆଧାର ସହିତ ଯୋଡାଯିବା ନେଇ ଶୁଣାଣୀ ହୋଇପାରେ ।

Show More

Related Articles

Back to top button