Breaking PLUSଦେଶ ବିଦେଶମୁଖ୍ୟ ଖବର

ଜେମ୍ସ ବଣ୍ଡର ନିର୍ଦ୍ଦେଶକ ମାଇକେଲ ଏପ୍ଟେଡଙ୍କ ପରଲୋକ

ଜଣାଶୁଣା ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା ମାଇକେଲ ଏପ୍ଟେଡଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଛି । ଡାଇରେକ୍ଟର୍ସ ଗିଲ୍ଡ ଅଫ୍ ଆମେରିକା ଅନୁଯାୟୀ, ଜାନୁୟାରୀ ୭ରେ ତାଙ୍କର ପରଲୋକ ହୋଇଛି ।

ଜଣାଶୁଣା ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା ମାଇକେଲ ଏପ୍ଟେଡଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଛି । ଡାଇରେକ୍ଟର୍ସ ଗିଲ୍ଡ ଅଫ୍ ଆମେରିକା ଅନୁଯାୟୀ, ଜାନୁୟାରୀ ୭ରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ସମ୍ପର୍କିତ ସମସ୍ତ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ । ୧୯୪୧ରେ ଜନ୍ମ ନେଇଥିବା ମାଇକେଲ ସିନେମା ଓ ଟେଲିଭିଜନର ଜଣେ ପରିଚିତ ଚେହେରା । ୧୯୯୦ରେ ସେ ‘ଜେମ୍ସ ବଣ୍ଡ: ଦ ୱାର୍ଲଡ ଇଜ ନଟ୍ ଏନଫ’ର ନିର୍ଦ୍ଦେଶନା ଦେଇଥିଲେ । ଏହାବ୍ୟତୀତ ସେ ‘କୋଲ ମାଇନର୍ସ ଡଟର’ ଓ ‘ଗରିଲାଜ ଇନ୍ ଦ ମିଷ୍ଟ’ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ତାଙ୍କ ଫିଲ୍ମ ‘କୋଲ ମାଇନର୍ସ ଡଟର’ ସଙ୍ଗିତ ଓ ହାସ୍ୟ ଶ୍ରେଣୀରେ ସର୍ବଶ୍ରେଷ୍ଠ ମୋଶନ ପିକ୍‌ଚର ପାଇଁ ଗୋଲଡେନ ଗ୍ଲୋବ ଆୱାର୍ଡ ପାଇଥିଲା । ଆଉ ଏହି ଫିଲ୍ମରେ ଅଭିନୟ ପାଇଁ ଅଭିନେତ୍ରୀ ସିସି ସ୍ପେସକଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଓସ୍କାର ଆୱାର୍ଡ ମିଳିଥିଲା ।

Show More

Related Articles

Back to top button