Breaking PLUSଓଡ଼ିଶାମୁଖ୍ୟ ଖବର

ଶୋଇଥିବା ସମୟରେ ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ଗୁରୁତର

ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ହରିଓମ ବିହାରରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୪ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବୃଦ୍ଧା, ତାଙ୍କ ପୁଅ, ବିବାହିତା ଝିଅ ଓ ୯ ବର୍ଷୀୟା ନାତୁଣୀ ଅଛନ୍ତି।

ସୂଚନାଯୋଗ୍ୟ, ବୃଦ୍ଧାଜଣକ ନିଜ ପୁଅ, ଭାଇ ଓ ଚାକର ସହ ଘରେ ରୁହନ୍ତି। କିଛି ଦିନ ହେବ ତାଙ୍କ ଝିଅ ନାତୁଣୀ ସହ ବାପଘରକୁ ବୁଲିବା ପାଇଁ ଆସିଥିଲେ। ଗତ ରାତିରେ ଘରେ ସମସ୍ତେ ଶୋଇଥିଲେ। ତଳ ମହଲାରେ ବୃଦ୍ଧା ତାଙ୍କ ପୁଅ, ଝିଅ ଓ ନାତୁଣୀଙ୍କ ସହ ଶୋଇଥିବା ବେଳେ ଉପର ମହଲାରେ ତାଙ୍କ ଭାଇ ଓ ଘରର ଚାକର ଶୋଇଥିଲେ। ବିଳମ୍ବିତ ରାତିରେ ତଳ ମହଲାରେ ନିଆଁ ଲାଗିବାରୁ ସେମାନେ ଗୁରୁତର ହୋଇପଡ଼ିଥିଲେ। ତାଙ୍କ ପାଟି ଶୁଣି ପଡ଼ୋଶୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ରାଉରକେଲାର ଆଇଜିଏଚ୍‌ରେ ଭର୍ତ୍ତି କରିଛନ୍ତି। ଉପର ମହଲାରେ ଶୋଇଥିବା ୨ ଜଣ ସୁରକ୍ଷିତ ଥିବା ଜଣାଯାଇଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Show More

Related Articles

Back to top button