Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଜିଠୁ ପୁଣି ବଢିବ ଶୀତ

ସୋମବାର ରାତିଠାରୁ ଥଣ୍ଡାର ପରିମାଣ ବଢ଼ିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବାବେଳେ ପାରଦ ୫ ଡିଗ୍ରୀ ଯାଏ ହ୍ରାସ ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । ହେଲେ ଆସନ୍ତା ୧୨ରୁ ମୁଖ୍ୟତଃ ଭାବେ ପୁଣି ରାଜ୍ୟକୁ ଶୀତ ଫେରିବ । ୧୧ ରାତିରୁ ରାଜ୍ୟର କିଛି ସ୍ଥାନରେ ଥଣ୍ଡାର ପରିମାଣ ଅଧିକ ରହିବ

ସୋମବାର ରାତିଠାରୁ ଥଣ୍ଡାର ପରିମାଣ ବଢ଼ିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବାବେଳେ ପାରଦ ୫ ଡିଗ୍ରୀ ଯାଏ ହ୍ରାସ ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । ହେଲେ ଆସନ୍ତା ୧୨ରୁ ମୁଖ୍ୟତଃ ଭାବେ ପୁଣି ରାଜ୍ୟକୁ ଶୀତ ଫେରିବ । ୧୧ ରାତିରୁ ରାଜ୍ୟର କିଛି ସ୍ଥାନରେ ଥଣ୍ଡାର ପରିମାଣ ଅଧିକ ରହିବ । ଆଗାମୀ ସପ୍ତାହ ଯାକ ପାଗ ଶୁଖିଲା ଓ ଖରାଟିଆ ରହିବାକୁ ଥିବାବେଳେ ସୋମବାରଠାରୁ ଉତ୍ତର ଆଭଭ୍ୟନ୍ତରୀଣ ଓଡ଼ିଶାରେ ପୁଣିଥରେ ଥଣ୍ଡାର ପରିମାଣ ବଢ଼ିବ ବୋଲି ଆଶଙ୍କା ରହିଛି । ଫଳସ୍ୱରୁପ ଗତ ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଖସୁଥିବାର ପରିଲିକ୍ଷିତ ହୋଇଛି । ଗୁରୁଚାପ ବଳୟ କ୍ରମାନୁଗତ ଭାବେ ସ୍ଥାନାନ୍ତରିତ ହେଉଥିବାବେଳେ ଏବେ ମହାରାଷ୍ଟ୍ର ଆଡ଼କୁ ଗତି କରୁଛି । ଫଳରେ ରାଜ୍ୟରେ ପୁଣି ବାୟୁର ଦିଗ ପରିବର୍ତ୍ତନ ହେବା ସହ ଥଣ୍ଡା ପବନ ବହିବା ଆରମ୍ଭ ହୋଇଛି । ସୋମବାର ରାତିଠାରୁ ଏହାର ପରିମାଣ ଆହୁରି ବୃଦ୍ଧିପାଇବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏଥିସହ ରାଜ୍ୟରେ କୁହୁଡ଼ିର ଘନ ଆବରଣ ନଜରକୁ ଆସିବ । ମୁଖ୍ୟତଃ ୯ ଜିଲ୍ଲାରେ ଏହାର ପରିମାଣ ଅଧିକ ରହିବାକୁ ଥିବାବେଳେ ଏନେଇ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ ପାଇଁ ଏହି ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପକ୍ଷେ ୧୧.୫ ଡିଗ୍ରୀ ସହ ଫୁଲବାଣୀ ଓ ଦାରିଙ୍ଗବାଡି ରାଜ୍ୟର ଥଣ୍ଡା ସହର ହୋଇଛନ୍ତି । ଏହାବ୍ୟତୀତ ଅନ୍ୟସହରର ତାପମାତ୍ରା ୧୨ ଡିଗ୍ରୀରୁ ଅଧିକ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରଦତ୍ତ ତଥ୍ୟରୁ ପ୍ରକାଶ ପାଇଛି ।

Show More

Related Articles

Back to top button