Breaking PLUSଦେଶମୁଖ୍ୟ ଖବର

ବିଲକିସ୍ ବାନୋ ମାମଲାରେ ସମୟ ପୂର୍ବରୁ ଗୁଜରାଟ ସରକାର ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ନିରସ୍ତ୍ର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, 8 ଜାନୁୟାରୀ – ବିଲକିସ୍ ବାନୋ କେସରେ ଦୋଷୀଙ୍କୁ ଗୁଜରାଟ ସରକାର ସମୟ ପୂର୍ବରୁ ମୁକ୍ତ କରିବା ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟ ନିରସ୍ତ୍ର କରିଛନ୍ତି । ଜଷ୍ଟିସ ବିଭି ନାଗରତ୍ନାଙ୍କ ଅଧ୍ୟକ୍ଷତା ଗଠିତ ବେଞ୍ଚ କହିଛନ୍ତି ଯେ, ଗୁଜରାଟ ସରକାର ନୁହନ୍ତି, ମହାରାଷ୍ଟ୍ର ସରକାରଙ୍କୁ ମୁକ୍ତ କରିବା ସମ୍ପର୍କରେ ନିଷ୍ପତ୍ତି ନେବାର ଅଧିକାର ଅଛି । ଅପରାଧ ଗୁଜରାଟରେ ହେଇଥାଉ, କିନ୍ତୁ ଟ୍ରାଏଲ ମହାରାଷ୍ଟ୍ରରେ ଚାଲିଥିବା କାରଣୁ ନିଷ୍ପତ୍ତି ନେବାର ଅଧିକାର ଗୁଜରାଟ ସରକାରଙ୍କ ପାଖରେ ନାହିଁ ।
ଏହି ମାମଲାରେ ସୁପ୍ରିମକୋର୍ଟ 2023 ଅକ୍ଟୋବର 12ରେ ରାୟ ସଂରକ୍ଷିତ ରଖିଥିଲେ । ଶୁଣାଣି ସମୟରେ କୋର୍ଟ କହିଥିଲେ ଯେ, ଆମେ ଛାଡିବା ନୀତି ଉପରେ ପ୍ରଶ୍ନ ଉଠାଉନାହୁଁ, ଆମେ କେବଳ ଏହି ଲୋକଙ୍କୁ ଦିଆଯାଇଥିବା ଛାଡ ଉପରେ ପ୍ରଶ୍ନ ଉଠାଉଛୁ ।

Show More

Related Articles

Back to top button