Breaking PLUSଦେଶମୁଖ୍ୟ ଖବର

ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲା, କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଲେ ରାଜ୍ୟପାଳ

କୋଲକାତା, 8 ଜାନୁୟାରୀ – ରାସନ ଘୋଟାଲାରେ ତୃଣମୂଳ କଂଗ୍ରେସ ନେତା ଶାହଜହାଁ ଶେଖଙ୍କ ବାସଭବନରେ ରେଡ୍ କରିବାକୁ ଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଡକ୍ଟର ସିଭି ଆନନ୍ଦ ବୋଷ । ଏହି ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାକୁ ଲିଖିତ ଭାବେ ଜଣାଇବାକୁ କୁହାଯାଇଛି । ରାଜଭବନର ଜଣେ ଅଧିକାରୀ ସୋମବାର ଏନେଇ ସୂଚନା ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତ ଶାହଜହାଁକୁ କାହିଁକି ଗିରଫ କରାଯାଇନି ତା ଉପରେ ଜବାବ ମଗାଯାଇଛି । ଏହାସହିତ ଶାହଜହାଁ ଏବେ ଭାରତରେ ଅଛନ୍ତି ନା ସୀମା ପାର କରି ପଳାଇଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ଉତ୍ତର ଦେବାକୁ କୁହାଯାଇଛି ।

Show More

Related Articles

Back to top button