Breaking PLUSଦେଶମୁଖ୍ୟ ଖବର

ସଞ୍ଜୟ ସିଂହଙ୍କ ଜାମିନ ପିଟିସନ ଉପରେ ଇଡିକୁ ନୋଟିସ

ନୂଆଦିଲ୍ଲୀ, 8 ଜାନୁୟାରୀ – ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହଙ୍କ ଜାମିନ ପିଟିସନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି । ଏ ସମ୍ବନ୍ଧରେ ହାଇକୋର୍ଟ ଇଡିକୁ ନୋଟିସ ଜାରି କରିଛନ୍ତି । ଜଷ୍ଟିସ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ ବେଞ୍ଚ ଜାମିନ ପିଟିସନ ଉପରେ ଜାନୁୟାରୀ 29ରେ ପରବର୍ତ୍ତୀ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାଏଲ କୋର୍ଟ ଜାମିନ ପିଟିସନ ଖାରଜ କରିବା ପରେ ସଞ୍ଜୟ ସିଂହ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ।

Show More

Related Articles

Back to top button