Breaking PLUSଦେଶ ବିଦେଶମୁଖ୍ୟ ଖବର

ବାଂଲାଦେଶରେ ଶେଖ୍ ହସିନାଙ୍କ କ୍ଷମତାସୀନ ପାର୍ଟି ଅଭାମୀ ଲିଗକୁ ପୁଣି ଥରେ ଜନାଦେଶ

ଢାକା, 8 ଜାନୁୟାରୀ – ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ପଞ୍ଚମ ଥର ପାଇଁ ଶାସନ ସମ୍ଭାଳିବାର ରାସ୍ତା ଫିଟିଛି । ରବିବାର ହୋଇଥିବା 12ତମ ସଂସଦୀୟ ସାଧାରଣ ନିର୍ବାଚନରେ ତାଙ୍କ ପାର୍ଟି ବାଂଲାଦେଶ ଅଭାମୀ ଲିଗକୁ ଜନ ସମର୍ଥନ ମିଳିଛି । ଭୋଟ ଗଣତି ପରେ ବାଂଲାଦେଶ ନିର୍ବାଚନ ଆୟୋଗ ଏହା ଘୋଷଣା କରିଛନ୍ତି ।
ଅଭାମୀ ଲିଗ 223ଟି ଆସନରେ ବିଜୟ ହାସଲ କରିଛି । ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଗୋପାଳଗଞ୍ଜ-3 ନିର୍ବାଚନ ମଣ୍ଡଳୀରେ ବିପୁଳ ବିଜୟ ହାସଲ କରିଛନ୍ତି । ସଂସଦ ସଦସ୍ୟ ଭାବେ ଏହା ତାଙ୍କର ଅଷ୍ଟମ କାର୍ଯ୍ୟକାଳ ଅଟେ । ସେହିପରି ବିରୋଧୀଙ୍କ ଅପେକ୍ଷା ଲୋକେ ସ୍ୱାଧୀନ ପ୍ରାର୍ଥୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । 63ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି ।

Show More

Related Articles

Back to top button