Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଭବନ ଉଦ୍ୟାନରେ କୁନି କୁନି ପିଲାଙ୍କୁ ଭେଟିଲେ ରାଜ୍ୟପାଳ

ଭୁବନେଶ୍ୱର, 8 ଜାନୁୟାରୀ – ଆଜି ରାଜଭବନ ଉଦ୍ୟାନ ବୁଲିବାକୁ ଆସିଥିବା କୁନି କୁନି ସ୍କୁଲ ପିଲାଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଉଦ୍ୟାନରେ କୁନି କୁନି ପିଲାଙ୍କୁ ଭେଟି ଭଲ ଲାଗିଲା । ପିଲାମାନଙ୍କୁ ସେମାନଙ୍କ ଯାତ୍ରାର ଅନୁଭବ ସମ୍ପର୍କରେ ପଚାରି ବୁଝିଲି । ପ୍ରଥମ ଥର ଭ୍ରମଣରେ ଆସିଥିବା ପିଲାମାନେ ବିଭିନ୍ନ ପ୍ରଜାତିର ଫୁଲକୁ ଦେଖି ଆନନ୍ଦିତ ହୋଇଛନ୍ତି । ଉଦ୍ୟାନରେ ପିଲାମାନେ ଶୀତିଆ ପବନରେ ହାଲକା ଖରାର ଆନନ୍ଦ ନେଉଥିବାର ଦେଖିବାକୁ ମିଳିଥିଲା ।

Show More

Related Articles

Back to top button