Breaking PLUSଦେଶମୁଖ୍ୟ ଖବର

ଜାତୀୟ କାର୍ଯ୍ୟକ୍ରମରେ ସ୍ୱଚ୍ଛ ସର୍ବେକ୍ଷଣ ବିଜେତାଙ୍କୁ ସମ୍ମାନ ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁୟାରୀ 11 ତରିଖରେ ଭାରତ ମଣ୍ଡପମରେ ଆବାସ ଓ ସହରୀ କାର୍ଯ୍ୟ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏକ ଜାତୀୟ କାର୍ଯ୍ୟକ୍ରମରେ ସ୍ୱଚ୍ଛ ସର୍ବେକ୍ଷଣ ବିଜେତାଙ୍କୁ ସମ୍ମାନ ପ୍ରଦାନ କରିବେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗ ଆଧାରରେ 110ରୁ ଅଧିକ ପୁରସ୍କାର ପ୍ରଦାନ କରାଯିବ । ଏକକ ଜାତୀୟ ବର୍ଗରେ 20ରୁ ଅଧିକ ପୁରସ୍କାର ଦିଆଯିବ । ଏହା ସହିତ ରାଜ୍ୟର ବିଭିନ୍ନ ଶ୍ରେଣୀରେ ଅନେକ ପ୍ରଦର୍ଶନ ପାଇଁ ମଧ୍ୟ ମାନ୍ୟତା ଦିଆଯାଇ ପୁରସ୍କୃତ କରାଯିବ । ଏହି ସମ୍ପର୍କରେ କେନ୍ଦ୍ର ସହରୀ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏକ ଔପଚାରିକ ବୟାନ ଜାରି କରାଯାଇଛି ।
କେନ୍ଦ୍ର ସହରୀ ବିକାଶ ମନ୍ତ୍ରାଳୟ ମୁତାବକ 2016 ମସିହାରେ 73 ପ୍ରମୁଖ ସହରର ମୂଲ୍ୟାଙ୍କନ ସହିତ ଆରମ୍ଭ ହୋଇଥିବା ଏହି ସ୍ୱଚ୍ଛ ସର୍ବେକ୍ଷଣର ବର୍ତ୍ତମାନ ସଂସ୍କରଣ 4477 ସହର ସାମିଲ ହୋଇଛି । ଚଳିତ ବର୍ଷ ସ୍ୱଚ୍ଛ ସହର ପୁରସ୍କାରରେ ଐତିହ୍ୟରେ ମିଳିଥିବା ପୁରୁଣା ଡମ୍ପ-ସାଇଟକୁ ଶେଷ କରିବା, ପ୍ଲାଷ୍ଟିକ ଆବର୍ଜନାର ପ୍ରବଦ୍ଧନ କରିବା, ହ୍ରାସ କରିବା, ପୁନଃ ବ୍ୟବହାର, ରିସାଇକେଲିଂର ସିଦ୍ଧାନ୍ତକୁ ଲାଗୁ କରିବା ଏବଂ ସଫେଇ ମିତ୍ରଙ୍କ ସରକ୍ଷା ସୁନିଶ୍ଚିତ କରିବାକୁ ପ୍ରାଥମିକତା ଦିଆଯାଇଛି । ସର୍ବେକ୍ଷଣର 8ମ ସଂସ୍କରଣ ଆବର୍ଜନାକୁ ମୂଲ୍ୟବାନ ସଂଶାଧନରେ ପରିବର୍ତ୍ତନ କରିବା ଉପରେ କେନ୍ଦ୍ରିତ ଥିଲା ଏବଂ ଏହାର ମୂଲ୍ୟାଙ୍କନ 3ହଜାରରୁ ଅଧିକ ମୂଲ୍ୟାଙ୍କନକର୍ତ୍ତାଙ୍କ ଟିମ୍ ଦ୍ୱାରା କରାଯାଇଥିଲା ।

Show More

Related Articles

Back to top button