Breaking PLUSଓଡ଼ିଶାମୁଖ୍ୟ ଖବର

ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ସୁଆଣ୍ଡୋ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦୁଗଲ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଜୟୀରାଜଗୁରୁଙ୍କ ପ୍ରତିମୂର୍ତ୍ତି ଶୁକ୍ରବାର ଲୋକାର୍ପିତ ହୋଇଛି। ଉତ୍କଳ ସ୍ୱାଭିମାନ ମଞ୍ଚ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଡା. ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଉତ୍କଳ ସ୍ୱାଭିମାନ ମଞ୍ଚ ସଭାପତି ଶିକ୍ଷାବିତ ରାଧାକାନ୍ତ ଦାଶ ଆୟୋଜିତ ସଭାରେ ଅଧ୍ୟକ୍ଷତା କରିଥିଲେ। ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, ଜଟାଧାରୀ ମିଶ୍ର, ଜଗନ୍ନାଥ ରଥ, କୈଳାସ ଚନ୍ଦ୍ର ମିଶ୍ର, ମନୋରଞ୍ଜନ ମିଶ୍ର, ହୃଷିକେଷ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ମହାପୁରୁଷମାନଙ୍କ ତ୍ୟାଗ, ତପସ୍ୟା ବଳରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ସହ ଭାରତ ସ୍ୱାଧୀନତା ହାସଲ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ, ପରିଚାଳନା କମିଟି ସଭାପତି ସୁଶାନ୍ତ କୁମାର ଜେନା, ଶିକ୍ଷକ ପ୍ରଣତି ବରାଳ, ସରପଞ୍ଚ ମଧୁସ୍ମିତା ଖଟେଇ ଙ୍କ ସହିତ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମବାସୀ ସ୍ୱାଭିମାନ ମଞ୍ଚର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ ।

Show More

Related Articles

Back to top button