Breaking PLUSଓଡ଼ିଶାମୁଖ୍ୟ ଖବର

ଟୀକା ଅଭାବ; ୧୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଯୋଗାଇଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ

ଆଉ ୧୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଯୋଗାଇ ଦିଅ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଏସିଏସ୍‌। ରାଜ୍ୟରେ ମହଜୁଦ କରୋନା ଟିକା ସମ୍ପର୍କରେ କହିଛନ୍ତି ଯେ ଏପ୍ରିଲ ୫ ସକାଳ ୮ଟା ସୁଦ୍ଧା ମହଜୁଦ ଥିବା ଟିକା ନେଇ ଜଣାଇଥିଲେ।

ଆଉ ୧୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଯୋଗାଇ ଦିଅ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଏସିଏସ୍‌। ରାଜ୍ୟରେ ମହଜୁଦ କରୋନା ଟିକା ସମ୍ପର୍କରେ କହିଛନ୍ତି ଯେ ଏପ୍ରିଲ ୫ ସକାଳ ୮ଟା ସୁଦ୍ଧା ମହଜୁଦ ଥିବା ଟିକା ନେଇ ଜଣାଇଥିଲେ। କୋଭିସିଲ୍ଡ ୬,୦୨, ୪୩୦ ଡୋଜ୍ ଓ କୋଭାକ୍ସିନ ୧,୪୮, ୫୫୦ ଡୋଜ ଅଛି। ରାଜ୍ୟରେ ମୋଟ ୭, ୫୦, ୯୮୦ ଡୋଜ୍ ଟିକା ମହଜୁଦ ରହିଛି।

ରାଜ୍ୟରେ ଦୈନିକ ୨ ଲକ୍ଷରୁ ଅଧିକ ଲୋକ ଟିକା ନେଉଛନ୍ତି। ରାଜ୍ୟରେ କୋଭିସିଲ୍ଡ ଟିକାର ଅଭାବ ରହିଛି। ୨ ଦିନ ପାଇଁ ଷ୍ଟକ୍ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତୁରନ୍ତ ୧୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଯୋଗାଇ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ଏପ୍ରିଲ ୬ ସୁଦ୍ଧା ୩, ୪୯, ୧୩୦ କୋଭିସିଲ୍ଡ ଡୋଜ୍ ଆସିବ କୁହାଯାଇଛି। ଭ୍ୟାକ୍ସିନ ନଷ୍ଟ ହାର ରାଜ୍ୟରେ ମାଇନସ୍ ୦.୫%, ଯାହାକି ଦେଶରେ ସର୍ବନିମ୍ନ।ତେଣୁ ତୁରନ୍ତ ୧୫ ଲକ୍ଷ ଡୋଜ କୋଭିସିଲ୍ଡ ଯୋଗାଇ ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି।

Show More

Related Articles

Back to top button