ଜୀବନଚର୍ଯ୍ୟା

ସ୍କିନ୍ ପାଇଁ ଲାଭ ଦାୟକ ହୋଇଥାଏ କଞ୍ଚା କ୍ଷୀର

ଏହି ୩ଟି ଉପାୟରେ କରନ୍ତୁ ବ୍ୟବହାର

ଏବେ ଚର୍ମ ସମସ୍ୟା ଦେଖାଯିବା ଏକ ସାଧାରଣ କଥା ପାଲଟି ଗଲାଣି । ବିଶେଷକରି ଗ୍ରୀଷ୍ମ ଋତୁରେ, ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ସ୍କିନ୍ ଡଲ୍ , ଡ୍ରାଏ ଏବଂ ଖରାପ ଦେଖାଯାଇଥାଏ । ତେଣୁ ଏଥିଲାଗି ଆପଣ କଞ୍ଚା କ୍ଷୀର ବ୍ୟବହାର କରିପାରିବେ । କଞ୍ଚା କ୍ଷୀରରେ ଭିଟାମିନ୍ ଏ, ଡି, ବାୟୋଟିନ୍, ପ୍ରୋଟିନ୍ ଇତ୍ୟାଦି ଗୁଣ ରହିଥାଏ । ଏହାଦ୍ୱାରା ସ୍କିନ୍ ସହ ଜଡିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ବ୍ୟବହାର ଏବଂ ଏଥିରୁ ମିଳୁଥିବା ଫାଇଦା –
କଞ୍ଚା କ୍ଷୀର ଏବଂ ଗାଜର ଜୁସ୍ :

ଏକ ପାତ୍ରରେ ୨ ରୁ ୩ ଚାମଚ କଞ୍ଚା କ୍ଷୀର, ଗାଜର ରସ ଏବଂ ୧ ଛୋଟ ଚାମଚ ଦହି ମିଶାନ୍ତୁ । ପ୍ରସ୍ତୁତ ପେଷ୍ଟକୁ ମୁହଁ ଏବଂ ବେକରେ ପ୍ରାୟ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ପରେ ଏହାକୁ ସଫା ପାଣିରେ ଭଲଭାବରେ ଧୋଇ ଦିଅନ୍ତୁ । ଏହା ମୁହଁରେ ଦାଗ, ରିଙ୍କଲ୍, ଡାର୍କ ସର୍କଲ୍, ପିମ୍ପଲ୍ ଭଳି ସମସ୍ୟା ଦୂର କରିଥାଏ । ଡ୍ରାଏ ସ୍କିନ୍ ର ସମସ୍ୟା ଦୂର ହୋଇ ଚେହେରା ଚମକପୂର୍ଣ୍ଣ, ନରମ ହୋଇଥାଏ ।
କଞ୍ଚା କ୍ଷୀର ଏବଂ ହଳଦୀ :

ଏକ ପାତ୍ରରେ ୧ ଚାମଚ କଞ୍ଚା କ୍ଷୀର ସହିତ ୨ ଚାମଚ ହଳଦୀ ମିଶାନ୍ତୁ । ପ୍ରସ୍ତୁତ ପେଷ୍ଟକୁ ମୁହଁ ଏବଂ ବେକରେ ଲଗାଇ ୫-୭ ମିନିଟ୍ ପାଇଁ ମସାଜ୍ କରନ୍ତୁ । ପରେ ମୁହଁକୁ ଭଲଭାବରେ ଧୋଇ ଦିଅନ୍ତୁ । କଞ୍ଚା କ୍ଷୀର ଏକ କ୍ଲିଞ୍ଜର୍ ପରି କାମ କରିଥାଏ ଏବଂ ସ୍କିନକୁ ଭିତରୁ ସଫା କରିଥାଏ । ଏଥି ସହିତ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଭାଏରଲ୍ ଆଦି ଗୁଣରେ ଭରପୁର ହଳଦୀ ଦାଗ, ଡାର୍କ ସର୍କଲ୍, ସନ୍ ଟ୍ୟାନ୍ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ବ୍ଲିଚିଂ ଏଜେଣ୍ଟ ଚର୍ମ ରଙ୍ଗକୁ ବଦଳାଇ ସୁନ୍ଦର, ଚମକଦାର ଏବଂ କୋମଳ ଚର୍ମ ପ୍ରଦାନ କରିଥାଏ ।
କଞ୍ଚା କ୍ଷୀର ଏବଂ ମହୁ :

ଏକ ପାତ୍ରରେ ୨ ଚାମଚ କଞ୍ଚା କ୍ଷୀର ସହିତ ୧ ଚାମଚ ମହୁ ମିଶାନ୍ତୁ । ପ୍ରସ୍ତୁତ ମିଶ୍ରଣକୁ ହାଲୁକା ଭାବରେ ମୁହଁ ଏବଂ ବେକରେ ମସାଜ କରନ୍ତୁ । ଏହାକୁ ୧୦-୧୫ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ । ଆପଣ ଏହାକୁ କେଶରେ ମଧ୍ୟ ଲଗାଇ ପାରିବେ । ଏହାକୁ ମୁହଁରେ ଲଗାଇଲେ ତ୍ୱଚାକୁ ପୋଷଣ ମିଳିଥାଏ । ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇ, ଚେହେରା ସଫା, ଉଜ୍ଜ୍ୱଳ ଏବଂ ନରମ ହୋଇଥାଏ । ଆହୁରି ମଧ୍ୟ ସନ୍ ଟ୍ୟାନ୍ ଦୂର କରିଥାଏ ।

Show More

Related Articles

Back to top button