Breaking PLUSଓଡ଼ିଶାମୁଖ୍ୟ ଖବର

କରୋନା ମୁକାବିଲା ପାଇଁ ୭୫୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟସରକାର

କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗ ଓ ଜିଲ୍ଲାକୁ ୭୫୨ କୋଟି ଟଙ୍କାରୁ ଅଧିକ ଟଙ୍କା ପାଣ୍ଠି ଯୋଗାଇ ଦେଇଛନ୍ତି । ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯାଇଛି ।

କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗ ଓ ଜିଲ୍ଲାକୁ ୭୫୨ କୋଟି ଟଙ୍କାରୁ ଅଧିକ ଟଙ୍କା ପାଣ୍ଠି ଯୋଗାଇ ଦେଇଛନ୍ତି । ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗକୁ ସର୍ବାଧିକ ୩୯୫ କୋଟି ଦିଆଯାଇଥିଲା ବେଳେ ପଞ୍ଚାୟତିରାଜ ବିଭାଗକୁ ୨୩୯ କୋଟି, ନଗର ଉନ୍ନୟନ ବିଭାକୁ ୧୭ କୋଟି, ସମସ୍ତ ଜିଲ୍ଲାପାଳଙ୍କୁ ୯୬ କୋଟି ଟଙ୍କା ଦିଆଯାଇଛି । ବିଧାନସଭାରେ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ତଥ୍ୟ ଦେଇଛନ୍ତି । ଏହା ସହ କରୋନା ଯୋଗୁଁ ଉପୁଜିଥିବା ସ୍ଥିତିର ପରିଚାଳନା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ୧୦୦ଟି ନିର୍ଦ୍ଧେଶାନାମା ଜାରି କରାଯାଇଛି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି ।

Show More

Related Articles

Back to top button