Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ବିହାର ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲ

ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ 16ଟି ଜିଲ୍ଲାର 71 ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ।

ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ 16ଟି ଜିଲ୍ଲାର 71 ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ।

ସେପଟେ ଜେଡିୟୁ ରାଷ୍ଟ୍ରୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୂର୍ଯ୍ୟଗଡରୁ ରାମାନନ୍ଦ, ଆଗିଆନଭରୁ ପ୍ରଭାସ ରାମ, କରହରରୁ ବୈଷ୍ଣବ ସିଂ, ଜଗଦୀଶପୁରରୁ କୁସୁମ ଲତା କୁଶୱା, ଜାଜାରୁ ଦାମୋଦର ରାୱତ, ମୋକାମାରୁ ରାଜୀବ ଲୋଚନ, ବରବୀଘାରୁ ସୁଦର୍ଶନଙ୍କୁ ପ୍ରାର୍ଥୀ ଭାବେ ସୁଯୋଗ ଦେଇଛି  ।

ଆସନଗୁଡିକ ଜେଡିୟୁ ଏବଂ ବିଜେପି ଦ୍ବାରା ବିଭକ୍ତ ହୋଇଛି। ବିଜେପି ଏବଂ ଜେଡିୟୁ ନିଜ ଆସନ ପାଇଁ କିଛି ନେତାଙ୍କୁ ଫୋନ୍ ମାଧ୍ୟମରେ ନାମାଙ୍କନ ପତ୍ର ପ୍ରସ୍ତୁତ ରଖିବାକୁ କହିଛନ୍ତି । ସୂତ୍ରରୁ ପ୍ରକାଶ ଯେ ଏନଡିଏ ପ୍ରାର୍ଥୀମାନେ ଅକ୍ଟୋବର 6ରୁ ପ୍ରଥମ ପର୍ଯ୍ୟାୟର ଆସନ ପାଇଁ ନାମାଙ୍କନ ଦାଖଲ କରିବେ। ନାମାଙ୍କନପତ୍ରର ଶେଷ ଦିନ ଅର୍ଥାତ୍ ଅକ୍ଟୋବର 8ରେ ଏନଡିଏର ଅନେକ ପ୍ରାର୍ଥୀ ଫର୍ମ ଦାଖଲ କରିବେ ।

ଉଲ୍ଲେଖନଯୋଗ୍ୟ, ଗତ ନିର୍ବାଚନରେ ​ଉକ୍ତ ଆସନଗୁଡିକ ମଧ୍ୟରୁ ଆରଜେଡିକୁ 25ଟି ସିଟ୍, ଜେଡିୟୁ 21ଟି ସିଟ୍, କଂଗ୍ରେସ 8ଟି ସିଟ୍ ଜିତିଥିଲା । ବିଜେପିକୁ 14 ଟି ଆସନ ମିଳିଥିଲା। ସେହିପରି ସିପିଆଇ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ଲେଖାଏଁ ଆସନ ଅଧିକାର କରିଥିଲେ  ।

Show More

Related Articles

Back to top button