Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାରଙ୍କ ଘରେ ସିବିଆଇ ଚଢ଼ଉ

କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ଏବଂ ତାଙ୍କ ସାଂସଦ ଭାଇ ଡି.କେ ସୁରେଶଙ୍କ ୧୫ଟି ଠିକଣା ଉପରେ ଏକାସଙ୍ଗରେ ଚଢ଼ଉ କରି

କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ଏବଂ ତାଙ୍କ ସାଂସଦ ଭାଇ ଡି.କେ ସୁରେଶଙ୍କ ୧୫ଟି ଠିକଣା ଉପରେ ଏକାସଙ୍ଗରେ ଚଢ଼ଉ କରିଛି । ସିବିଆଇ ଦଳ ବେଙ୍ଗାଲୁରୁର ଡୋଡ୍ଡାଲହଲ୍ଲା, କନକପୁରା ଏବଂ ସଦାଶିବ ନଗରରେ ଚଢ଼ଉ କରିଛି । ଦୁର୍ନୀତି ମାମଲାକୁ ନେଇ ସିବିଆଇ ଏହି ଚଢ଼ଉ କରିଥିବା ଜଣା ପଡ଼ିଛି ।

ସୋମବାର ସକାଳ ୬ଟାରୁ କନକପୁରା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡୋଡ୍ଡାଲ୍ଲାହଲି ଗାଁର ଡି.କେ ଶିବକୁମାରଙ୍କ ଘରୁ ସିବିଆଇ ଚଢ଼ଉ ଆରମ୍ଭ ହୋଇଥିଲା। ଡି.କେ ଶିବକୁମାର ବିଧାନସଭାରେ କନକପୁରା ବିଧାନସଭା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଥିବାବେଳେ ତାଙ୍କ ଭାଇ ଡି.କେ ସୁରେଶ ବେଙ୍ଗାଲୁରୁର ଗ୍ରାମାଞ୍ଚଳ ରୁ ସାଂସଦ ଅଛନ୍ତି । ଚଢ଼ଉ କରାଯାଉଥିବା ଘର ମଧ୍ୟରୁ ଗୋଟିଏ ଶିବକୁମାରଙ୍କ ନିକଟସ୍ଥ ବନ୍ଧୁ ଇକବାଲ ହୁସେନ୍ ଙ୍କର ଘର ରହିଥିବା ଜଣା ପଡ଼ିଛି।

କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟା ସିବିଆଇର ଏହି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ପ୍ରତିଶୋଧର ରାଜନୀତିକୁ ବଦଳାଇବା ଏବଂ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଜେପି ସର୍ବଦା ଚେଷ୍ଟା କରୁଛି। ଉପ-ନିର୍ବାଚନ ପାଇଁ ଆମେ କରୁଥିବା ପ୍ରସ୍ତୁତିରେ ବାଧା ଉପୁଜାଇବା ବିଜେପି ଡି.କେ ଶିବକୁମାରଙ୍କ ଘରେ ସିବିଆଇ ଚଢ଼ଉ କରାଇଛି । ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି |

Show More

Related Articles

Back to top button