Breaking PLUSଦେଶ ବିଦେଶମୁଖ୍ୟ ଖବର

ପ୍ରକାଶ ପାଇଲା ଚଳିତ ବର୍ଷର ଜେଇଇ ଆଡଭାନ୍ସ ରେଜଲ୍ଟ

ଆଜି ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଦ୍ବାରା ଜେଇଇ ଆଡଭାନ୍ସ ରେଜଲ୍ଟ ପ୍ରକାଶ ପାଇଛି  । ସେଥିରେ ମୋଟ୍ ୪୩ ହଜାର ୨୦୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

ଆଜି ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଦ୍ବାରା ଜେଇଇ ଆଡଭାନ୍ସ ରେଜଲ୍ଟ ପ୍ରକାଶ ପାଇଛି  । ସେଥିରେ ମୋଟ୍ ୪୩ ହଜାର ୨୦୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତବର୍ଷ ୧ଲକ୍ଷ ୫୦ ହଜାର ୮୩୮ ଛାତ୍ରଛାତ୍ରୀ ଜେଇଇ ଦେଇଥିଲେ ଓ ସେମଧ୍ୟରୁ ୬ ହଜାର ୭୦୭ ଜଣ ଛାତ୍ରୀ ଓ ୩୬ ହଜାର ୪୯୭ ଛାତ୍ର ସଫଳ ହୋଇଛନ୍ତି  ।

କମନ୍ ରାଙ୍କ ଲିଷ୍ଟ(CRL) ୨୦୨୦ରେ ଆଇଆଇଟି ବମ୍ବେ ଜୋନର ଚିରାଗ ଫାଲୋର ଜେଇଇ (ଆଡଭାନ୍ସ) ଟପ୍ପର ହୋଇଛନ୍ତି । ସେ ୩୯୬ରୁ ୩୫୨ ନମ୍ବର ହାସଲ କରିଛନ୍ତି । ସେହିପରି ଆଇଆଇଟି ରୁରକି ଜୋନରୁ କନିଷ୍କ ମିତ୍ତଲ ମହିଳା ଟପ୍ପର ହୋଇଛନ୍ତି । ସେ ୩୯୬ରୁ ୩୧୫ ନମ୍ବର ରଖିଛନ୍ତି । ଓଡ଼ିଶାରୁ ୭୩ ରାଙ୍କରେ ଶିବାଶିଷ ରାଉତ ଟପ୍ପର ହୋଇଛନ୍ତି ।

ପରୀକ୍ଷା ଫଳ result.jeeadv.ac.inରେ ଉପଲବ୍ଧ ରହିଥିବାବେଳେ ମେରିଟ୍ ଲିଷ୍ଟ ଆଧାରରେ ଆସନ୍ତାକାଲିଠୁ କାଉନସେଲିଂ ଆରମ୍ଭ ହେବ । ଚଳିତବର୍ଷ କମ୍ ସମୟରେ ଜେଇଇ ଆଡଭାନ୍ସ ରେଜଲ୍ଟ ଘୋଷଣା ହୋଇଛି ।

ସୂଚନାଯୋଗ୍ୟ, ସେପ୍ଟେମ୍ୱର ୨୭ ତାରିଖରେ ପ୍ରବେଶିକା ଅନୁଷ୍ଠିତ ହୋଇଥିଲା । ମାତ୍ର ଆଠ ଦିନ ଭିତରେ ଫଳାଫଳ ପ୍ରକାଶ ପାଇଛି ।

Show More

Related Articles

Back to top button