Breaking PLUSଦେଶ ବିଦେଶମୁଖ୍ୟ ଖବର
ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ଶହୀଦ୍ ୫ ଯବାନ ଗୁରୁତର
ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାରେ ସିଆର୍ପିଏଫ୍ ୧୧୦ ବାଟାଲିୟନ ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ୨ ଜଣ ଯବାନ ଶହୀଦ୍ ହେବା ସହିତ ୫ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି

ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାରେ ସିଆର୍ପିଏଫ୍ ୧୧୦ ବାଟାଲିୟନ ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ୨ ଜଣ ଯବାନ ଶହୀଦ୍ ହେବା ସହିତ ୫ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଚିକିତ୍ସା ଲାଗି ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପମ୍ପୋରର ତଙ୍ଗନ ବାଇପାସ୍ ନିକଟସ୍ଥ କାନ୍ଧିଜଳ ପୋଲ ଉପରେ ସିଆର୍ପିଏଫ୍ ଏବଂ ଜମ୍ମୁ-କଶ୍ମୀର ପୋଲିସ ବାହିନୀ ରୋଡ୍ ଓପନିଂ ଡ୍ୟୁଟିରେ ଥିଲେ । ଏହି ସମୟରେ ସେମାନଙ୍କ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ମାଡ଼ କରିଥିଲେ । ଗୁଳିମାଡ଼ କରି ଆତଙ୍କବାଦୀମାନେ ଫେରାର ହୋଇଯାଇଥିବା ନେଇ କଶ୍ମୀର ଜୋନ୍ ପୋଲିସ ପକ୍ଷରୁ କୁହାଯାଇଛି । ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ବର୍ତ୍ତମାନ ସର୍ଚ୍ଚ ଅପରେଶନ୍ ଜୋରଦାର କରାଯାଇଛି ।