Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ୬ଟି ନୂଆ ଥାନା ପାଇଁ ବିଭିନ୍ନ ପଦବିକୁ ମଞ୍ଜୁରୀ ପ୍ରଦାନ କଲେ ରାଜ୍ୟ ସରକାର

ରାଜ୍ୟର ୬ଟି ନୂଆ ଥାନା ପାଇଁ ୬ ଇନ୍ସପେକ୍ଟର ସମେତ ୧୨ଟି ନୂତନ ପଦବିକୁ ମଞ୍ଜୁରି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସ୍ପେସାଲ ଅପରେସନ ଗ୍ରୁପରୁ ୧୨ଟି ପଦବି ଉଚ୍ଛେଦ କରାଯିବା ସହ ରାଜ୍ୟପାଳଙ୍କ ମଞ୍ଜୁରି ପରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରତି ଥାନାରେ ଜଣେ ଲେଖାଏଁ ଇନ୍ସପେକ୍ଟର ଏବଂ ଜଣେ ଲେଖାଏଁ ହାବିଲଦାର ପଦବିକୁ ମଞ୍ଜୁରି ପ୍ରଦାନ କରାଯାଇଛି। ସେହିପରି ୬ଟି ଥାନାରେ ଅତିରିକ୍ତ ମାନବ ସମ୍ବଳକୁ ମଧ୍ୟ ମଞ୍ଜୁରି ମିଳିଛି। ସେହି ନୂତନ ଥାନାଗୁଡ଼ିକ ହେଲା ଭୁବନେଶ୍ବର ଭରତପୁର, ଅନୁଗୁଳ ସଦର, ଝାରୁସୁଗୁଡ଼ା ସଦର, ବେଲଗୁଣ୍ଠା, ଭଦ୍ରକ ସବରଙ୍ଗ ଓ ପୀରହାଟ।

Show More

Related Articles

Back to top button