Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ସୋମବାର ଦିନ ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଆସନ୍ତା ସୋମବାର ରାଜ୍ୟ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂ ଜରିଆରେ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ବୈଠକ ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷ ଏବଂ ଜିଲ୍ଲାରେ ଥିବା ମନ୍ତ୍ରୀମାନେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରୁ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ବୈଠକରେ ସାମିଲ ହେବେ।

ଏଥର କ୍ୟାବିନେଟ୍‌ରେ ୧୨ଟିରୁ ଅଧିକ ପ୍ରସ୍ତାବ ଆସିପାରେ। ବିଶେଷ କରି ସମବାୟ ବିଭାଗ ପକ୍ଷରୁ ପ୍ରସ୍ତାବିତ ଓଏପିଏମ୍‌ ଅଧ୍ୟାଦେଶ ପ୍ରସ୍ତାବ ତୃତୀୟ ଥର ପାଇଁ ଆସୁଛି। ଏହି ଅଧ୍ୟାଦେଶ କ୍ୟାବିନେଟ୍‌ରେ ମଞ୍ଜୁରି ହେବ ବୋଲି ପ୍ରତ୍ୟାଶା ରଖି ସରକାର ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇ ସାରିଛନ୍ତି। ଏଯାଏଁ ଏହା ଉପରେ ରାଜ୍ୟପାଳ ମୋହର ଲଗାଇ ନାହାନ୍ତି। ଏଣୁ ଏହି ଅଧ୍ୟାଦେଶ ପ୍ରସ୍ତାବକୁ ବିଧିବଦ୍ଧ ଅନୁମୋଦନ ପାଇଁ ପୁଣି ‌ଥରେ କ୍ୟାବିନେଟ୍‌ ସାମ୍ନାକୁ ଅଣାଯିବ।

Show More

Related Articles

Back to top button