Breaking PLUSଓଡ଼ିଶାମୁଖ୍ୟ ଖବର

ଜାତୀୟ ପତାକାକୁ ଅବମାନନା କରି ଅଡୁଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏତଲା ଦାୟର କଲେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୀବ ପୃଷ୍ଟି

ଢେଙ୍କାନାଳରେ ଗତକାଲି ଆୟୋଜିତ କୃଷକ ସମ୍ମିଳନୀରେ ଜାତୀୟ ପତାକାକୁ ଅବମାନନା କରିଥିବା ଅଭିଯୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା କେ.ଭି ସିଂହଁ ଦେଓ ଏବଂ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଓ ଉପସଭାପତିଙ୍କ ନାମରେ ଥାନାରେ ଏତଲା ଦାୟର କରାଯାଇଛି ।

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଂଜୀବ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ଏହି ଏତଲା ଦାୟର କରାଯାଇଥିବାବେଳେ । ଏତଲାରେ ଜାତୀୟ ପତାକାକୁ ଅବମାନନା କରିଥିବା ନେତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି କରାଯାଇଛି। ଏତଲାରେ ଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏ ନେଇ ପ୍ରତିବାଦ କରିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ସଂଜୀବ କୁମାର ପୃଷ୍ଟି ଚେତାବନୀ ଦେଇଛନ୍ତି।

ଥାନାରେ ଏତଲା ଦାୟର କରିବା ସମୟରେ ଢେଙ୍କାନାଳ ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ଓଁମ ପ୍ରକାଶ, ଦିନେଶ ପାଣି ଛାତ୍ର ନେତା ଧନଞ୍ଜୟ ମଲ୍ଲିକ, ବୁବୁ ବେହେରା, ସନ୍ଦୀପ ପୃଷ୍ଟି, ରଞ୍ଜିତ ପିରେଇ ପ୍ରମୂଖ ଉପସ୍ଥିତ ଥିଲେ ।

Show More

Related Articles

Back to top button