Breaking PLUSଓଡ଼ିଶାମୁଖ୍ୟ ଖବର

ଜାନୁଆରୀ ୩ ତାରିଖରୁ ଖୋଲିବ ସମଲେଶ୍ଵରୀ ମନ୍ଦିର

ଜାନୁଆରୀ ୩ ତାରିଖରୁ ଖୋଲିବ ସମଲେଶ୍ଵରୀ ମନ୍ଦିର । ଏହା ସହ ସମ୍ବଲପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ପ୍ରଥମ ୫ ଦିନ ମା' ସମଲେଶ୍ଵରୀଙ୍କ ଦର୍ଶନ ପାଇଁ ସମ୍ବଲପୁରବାସୀଙ୍କୁ ମିଳିବ ସୁଯୋଗ ।

ଜାନୁଆରୀ ୩ ତାରିଖରୁ ଖୋଲିବ ସମଲେଶ୍ଵରୀ ମନ୍ଦିର । ଏହା ସହ ସମ୍ବଲପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ପ୍ରଥମ ୫ ଦିନ ମା’ ସମଲେଶ୍ଵରୀଙ୍କ ଦର୍ଶନ ପାଇଁ ସମ୍ବଲପୁରବାସୀଙ୍କୁ ମିଳିବ ସୁଯୋଗ । କୋଭିଡ କଟକଣା ମଧ୍ୟରେ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନାନୁଯାୟୀ, ସମ୍ବଲପୁର ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏସଏମସି କମିଶନର ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ଧର୍ମାନୁଷ୍ଠାନର ସଦସ୍ୟ ଉପସ୍ଥିତ ଥିଲେ । ଆସନ୍ତା ଜାନୁଆରୀ ୩ ରେ ସମଲେଶ୍ଵରୀ ମନ୍ଦିର ସମେତ ସମ୍ବଲପୁରର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Show More

Related Articles

Back to top button