Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଭାରତର ଲଜ୍ଜାଜନକ ପ୍ରଦର୍ଶନ, ଦ୍ୱିତୀୟ ଇନିଂସରେ ୩୬ ରନରେ ଅଲଆଉଟ୍ ହୋଇଗଲା ବିରାଟ ବାହିନୀ

ଐତିହାସିକ ପିଙ୍କ ବଲ ଟେଷ୍ଟରେ ବୋଲରଙ୍କ ଆଧିପତ୍ୟ ଜାରି ରହିଛି। ଟିମ୍‌ ଇଣ୍ଡିଆର ବୋଲରଙ୍କ ପରେ ଅଷ୍ଟ୍ରେଲିଆ ବୋଲରଙ୍କ ଦମଦାର ପ୍ରଦର୍ଶନ। ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆର ପଲ୍ଲା ଭାରି ଥିବାବେଳେ ଦ୍ବିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ଏପରିକି ଜଣେ କେହି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ।

ଐତିହାସିକ ପିଙ୍କ ବଲ ଟେଷ୍ଟରେ ବୋଲରଙ୍କ ଆଧିପତ୍ୟ ଜାରି ରହିଛି। ଟିମ୍‌ ଇଣ୍ଡିଆର ବୋଲରଙ୍କ ପରେ ଅଷ୍ଟ୍ରେଲିଆ ବୋଲରଙ୍କ ଦମଦାର ପ୍ରଦର୍ଶନ। ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆର ପଲ୍ଲା ଭାରି ଥିବାବେଳେ ଦ୍ବିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ଏପରିକି ଜଣେ କେହି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଦଳ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ ସର୍ବାଧିକ ୯ ରନ୍‌ କରିଛନ୍ତି। ଟିମ୍‌ ଇଣ୍ଡିଆ ୩୬ ରନରେ ଅଲଆଉଟ୍‌ ହୋଇ ଯାଇଛି। ଯାହା ଫଲରେ ଟେଷ୍ଟ କ୍ରିକେଟରେ ଏକ ଲଜ୍ୟା ଜନକ ରେକର୍ଡର ଅଧିକାରୀ ହୋଇଛି ଟିମ୍‌ ଇଣ୍ଡିଆ। ଟେଷ୍ଟ କ୍ରିକେଟରେ ଦଳ ସର୍ବନିମ୍ନ ସ୍କୋର ୩୬ ରନ୍‌ କରିଛି।

ପ୍ରଥମ ଦିବାରାତ୍ର ଟେଷ୍ଟର ଦ୍ବିତୀୟ ଦିନରେ ହିଁ ଘରୋଇ ଅଷ୍ଟ୍ରେଲିଆ ଦଳ ଅଲଆଉଟ୍‌ ହୋଇ ଯାଇଥିଲା। ଟିମ୍‌ ଇଣ୍ଡିଆର ବୋଲିଂରେ ଘାଇଲା ହୋଇ ୧୯୧ ରନରେ ଅଲଆଉଟ୍‌ ହୋଇଯାଇଥିଲା ପେନ୍‌ଙ୍କ କଙ୍ଗାରୁ ବାହିନୀ। ଯାହାଫଳରେ ଭାରତ ଶୁକ୍ରବାର ଦିନ ହିଁ ଦ୍ବିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ଗୋଟିଏ ଓ୍ବିକେଟ ହରାଇ ୮ ରନ କରିଥିଲା। ବୁମରା ଓ ଅଗ୍ରଓ୍ବାଲ ନଟ୍‌ଆଉଟ୍‌ ରହିଥିଲେ

Show More

Related Articles

Back to top button