Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଏକ କୋଟି ଛୁଇଁଲା କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା

ଦେଶରେ ଗତ କିଛିଦିନ ହେବ ଲଗାତାର ଭାବେ ମହାମାରୀ କରୋନା ସଂକ୍ରମଣ କମୁଥିବାବେଳେ ଏବେ ଏଥିରେ ପୁଣି ପରିବର୍ତନ ଦେଖାଦେଇଛି। ପୂର୍ବ କିଛି ମାସରେ ଦୈନିକ ୪୦ ହଜାର ପିଜିଟିଭ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ୩୦ହଜାର ମଧ୍ୟରେ ସୀମିତ ରହୁଛି

ଦେଶରେ ଗତ କିଛିଦିନ ହେବ ଲଗାତାର ଭାବେ ମହାମାରୀ କରୋନା ସଂକ୍ରମଣ କମୁଥିବାବେଳେ ଏବେ ଏଥିରେ ପୁଣି ପରିବର୍ତନ ଦେଖାଦେଇଛି। ପୂର୍ବ କିଛି ମାସରେ ଦୈନିକ ୪୦ ହଜାର ପିଜିଟିଭ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ୩୦ହଜାର ମଧ୍ୟରେ ସୀମିତ ରହୁଛି । ବିଭିନ୍ନ ରାଜ୍ୟରେ ପୁଣି ସଂକ୍ରମଣ ବଢ଼ିବା, ବିଶେଷ କରି ଉତ୍ତର ଭାରତରେ ହଠାତ୍‌ ସଂକ୍ରମଣ ବଢ଼ିଯିବାରୁ ଏହା ଏବେ ଚିନ୍ତା ପାଲଟିଛି। ଏହାରି ମଧ୍ୟରେ ଶନିବାର ୨୪ ଘଣ୍ଟାରେ ୨୫,୧୫୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪ହଜାର ୬୦୦କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୫ ହଜାର ୧୩୬ରେ ପହଞ୍ଚିଛି। ସେହିପରି ୩ଲକ୍ଷ ୮ହଜାର ୭୫୧ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯୫ଲକ୍ଷ ୫୦ହଜାର ୭୧୨ସୁସ୍ଥ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Show More

Related Articles

Back to top button