Breaking PLUSଦେଶମୁଖ୍ୟ ଖବର
ମେ 25ରୁ ଆରମ୍ଭ ହେବ ପବିତ୍ର ହେମକୁଣ୍ଡ ସାହିବ ଯାତ୍ରା

ଡେରାଡୁନ,22 ଫେବୃୟାରୀ – ଉତ୍ତରାଖଣ୍ଡର ଚମୋଲି ଜିଲ୍ଲା ସ୍ଥିତ ଗୁରୁଦ୍ୱାରା ହେମକୁଣ୍ଡ ସାହିବ ମ୍ୟାନେଜମେଣ୍ଟ ଟ୍ରଷ୍ଟର ଅଧ୍ୟକ୍ଷ ନରେନ୍ଦ୍ରଜିତ ସିଂହ ବିନ୍ଦ୍ର ଗୁରୁବାର ସଚିବାଳୟରେ ମୁଖ୍ୟ ସଚିବ ରାଧା ରତୁଡିଙ୍କୁ ସାକ୍ଷାତ କରିଛନ୍ତି । ଏହାସହିତ ସେ ପବିତ୍ର ହେମକୁଣ୍ଡ ସାହିବ ଯାତ୍ରାର ଆରମ୍ଭ ସଂପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ଏହି ଅବସରରେ ନରେନ୍ଦ୍ରଜିତ ସିଂହ ବିନ୍ଦ୍ରା ମୁଖ୍ୟ ସଚିବ ରତୁଡିଙ୍କୁ କହିଥିଲେ ଯେ, ଗୁରୁଦ୍ୱାରା ଟ୍ରଷ୍ଟ ମେ 25ରୁ ତୀର୍ଥସ୍ଥଳ ଶ୍ରୀ ହେମକୁଣ୍ଡ ସାହିବର ଯାତ୍ରାର ଶୁଭାରମ୍ଭ ଏବଂ 2024 ଅକ୍ଟୋବର 10ରେ ଦ୍ୱାର ବନ୍ଦ କରିବା ନେଇ ତିଥି ଘୋଷଣା କରିଛି । ଏହା ଉପରେ ରାଜ୍ୟ ସରକାର ନିଜର ସହମତି ପ୍ରକାଶ କରିଥିଲେ ।