Breaking PLUSଦେଶମୁଖ୍ୟ ଖବର

ଫେବୃୟାରୀ 25ରେ ଅମିତ ଶାହଙ୍କ ମଧ୍ୟପ୍ରଦେଶ ଗସ୍ତ

ଭୋପାଳ,22 ଫେବୃୟାରୀ -ଫେବୃୟାରୀ 25ରେ କେନ୍ଦ୍ର ଗୃହମନ୍ତ୍ରୀ ଦିନିକିଆ ମଧ୍ୟପ୍ରଦେଶ ଗସ୍ତ କରିବେ । ସେ ଏଠାରେ ଗ୍ୱାଲିୟର, ଖଜୁରାହୋ ଓ ଭୋପାଳରେ ଆୟୋଜିତ ପାର୍ଟି ବୈଠକରେ ସାମିଲ ହେବେ ଏବଂ ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟକର୍ତ୍ତାଙ୍କ ମାର୍ଗଦର୍ଶନ କରିବେ । ଗୁରୁବାର ବିଜେପି ରାଜ୍ୟ ମିଡିଆ ପ୍ରଭାରୀ ଆଶିଷ ଅଗ୍ରୱଲ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫେବୃୟାରୀ 25 ତାରିଖ ପୂର୍ବାହ୍ନ 11ଟାରେ ଗ୍ୱାଲିୟରରେ ଗ୍ୱାଲିୟର-ଚମ୍ବଲ କ୍ଲଷ୍ଟରରେ ଚାରୋଟି ଲୋକସଭା କ୍ଷେତ୍ର ଗ୍ୱାଲିୟର, ମୁରୈନା, ଭିଣ୍ଡ ଓ ଗୁନାର ପ୍ରବନ୍ଧ କମିଟିର ବୈଠକକୁ ସମ୍ବୋଧିତ କରିବେ । ଏହାପରେ ଦ୍ୱିପ୍ରହର 3ଟା ବେଳେ ଖଜୁରାହୋରେ ସାଧାରଣ ସଭା ଓ ଲୋକସଭା ବୁଥ କମିଟି ସମ୍ମିଳନୀରେ ସାମିଲ ହେବେ ଏବଂ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ କରିବେ । ଅମିତ ଶାହ ସନ୍ଧ୍ୟା 6ଟାରେ ଭୋପାଳରେ ପ୍ରବୁଦ୍ଧଜନ ସମ୍ମିଳନୀକୁ ସମ୍ବୋଧିନ କରିବା ସହ ତିନି ହିତାଧିକାରୀ ପରିବାରଙ୍କ ସହ ସଂପର୍କ କରିବେ ।

Show More

Related Articles

Back to top button