Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଆଜି ପ୍ରକାଶ ପାଇବ ଚଳିତ ବର୍ଷର NEET ପ୍ରବେଶିକା ପରୀକ୍ଷାଫଳ

ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ହୋଇଥିବା ସର୍ବଭାରତୀୟ ପ୍ରବଶିକା ପରୀକ୍ଷା ନିଟ୍ ର ଆଜି ପରୀକ୍ଷାଫଳ ବାହାରିବ । ଛାତ୍ରଛାତ୍ରୀ ntaneet.nic.in କିମ୍ୱା mcc.nic.in ଓ୍ୱେବସାଇଟରୁ ନିଜ ରେଜଲ୍ଟ ଜାଣିପାରିବେ । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା ଏନଟିଏ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯିବ ।

ସର୍ବଭାରତୀୟସ୍ତରରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଏନଟିଏ ରାଙ୍କ ଲିଷ୍ଟ ବି ଜାରି କରିବ । କୋଭିଡ୍ କଟକଣା ଭିତରେ ସେପ୍ଟେମ୍ବର ୧୩ ତାରିଖରେ ଶେଷ ହୋଇଥିଲା ଚଳିତବର୍ଷର ଏନଇଇଟି ପରୀକ୍ଷା ।

ନିଟ୍ ପାଇଁ ସାରା ଦେଶରୁ ୧୫ ଲକ୍ଷ ୯୭ ହଜାର ପରୀକ୍ଷାର୍ଥୀ ଏନେଇ ପଞ୍ଜିକରଣ କରିଥିଲେ । ପ୍ରବେଶିକା ପରୀକ୍ଷା ଦେଇଥିଲେ ୧୩ ଲକ୍ଷ ଛାତ୍ରଛାତ୍ରୀ । ଏମାନଙ୍କ ଭିତରେ ଓଡ଼ିଶାରୁ ଥିଲେ ୩୭ ହଜାରରୁ ଅଧିକ ପରୀକ୍ଷାର୍ଥୀ ।

ଦେଶର ୫୪୨ଟି ମେଡିକାଲ କଲେଜରେ ୮୦ ହଜାର ୫ଟି ଏମବିବିଏସ୍, ୩୧୩ଟି କଲେଜରେ ୨୬ ହଜାର, ୯୪୯ ବିଡିଏସ୍, ୯୧୪ଜି କଲେଜରେ ଆୟୁଷ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

Show More

Related Articles

Back to top button