Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

କିଏ ଜିତିବ ବିହାର ବାଜି ? ଆସନ୍ତାକାଲି ସକାଳ 8 ଟାରୁ ଆରମ୍ଭ ହେବ ଭୋଟ ଗଣତି

ବିହାର ବିଧାନସଭାରେ 243 ଟି ଆସନ ପାଇଁ 38 ଟି ଜିଲ୍ଲାରେ 55 ଟି ଗଣନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଆସନ୍ତାକାଲି କଡା ସୁରକ୍ଷା ଏବଂ ତଦାରଖ ମଧ୍ୟରେ ଏହି କେନ୍ଦ୍ରଗୁଡିକର 414 ଟି ହଲରେ ଭୋଟ୍ ଗଣତି କରାଯିବ ବୋଲି ଜଣାପଡିଛି | ଏହି ଗଣନା ସକାଳ ଆଠଟାରୁ ଆରମ୍ଭ ହେବ | ଗଣନା କେନ୍ଦ୍ରର ସୁରକ୍ଷା ପାଇଁ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର 19 ଟି କମ୍ପାନୀ ନିୟୋଜିତ ହୋଇଛନ୍ତି।

ପ୍ରତ୍ୟେକ ଭୋଟିଂ କେନ୍ଦ୍ରରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତିନୋଟି ସ୍ତରର ସୁରକ୍ଷା ବ୍ୟବସ୍ଥା କରାଯାଇଛି | କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ବ୍ୟତୀତ ବିଏମପି ଏବଂ ଜିଲ୍ଲା ପୋଲିସ ଫୋର୍ସକୁ ମଧ୍ୟ ଗଣନା କେନ୍ଦ୍ର ନିକଟରେ ମୁତୟନ କରାଯାଇଛି ।

ସମସ୍ତ ଗଣତି ସ୍ଥାନରେ ସକାଳ 8 ଟାରୁ ଭୋଟ୍ ଗଣାଯିବ | ସମସ୍ତ ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଗଣନାକାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ତାଙ୍କ ତତ୍ତ୍ୱାବଧାନରେ ଭୋଟ୍ ଗଣାଯିବ ବୋଲି ଜଣାପଡିଛି | ସବୁଥର ଭଳି ଚଳିତ ଥର ମଧ୍ୟ ପ୍ରଥମେ ପୋଷ୍ଟାଲ ଭୋଟ ଗଣତି କରାଯିବ ଏହା ପରେ ଇଭିଏମର ଭୋଟ ଗଣତି କରାଯିବ ।

Show More

Related Articles

Back to top button