Breaking PLUSଦେଶ ବିଦେଶମୁଖ୍ୟ ଖବର

କରୋନା ମୁକାବିଲା ନେଇ ବିଡେନ ଗଠନ କଲେ 12 ଜଣିଆ କରୋନା ଭାଇରସ ଟାସ୍କ ଫୋର୍ସ କମିଟି

ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର ଗୋଟିଏ ଦିନ ମଧ୍ୟରେ ମହାମାରୀ କରୋନା ମୁକାବିଲା କରିବା ନିମନ୍ତେ ଜୋ ବିଡେନ ସୋମବାର ଦିନ 12 ଜଣିଆ କରୋନା ଭାଇରସ ଟାସ୍କ ଫୋର୍ସ କମିଟି ଗଠନ କରିବେ ବୋଲି ଘୋଷଣା କରିଛନ୍ତି । ତାଙ୍କର ସବୁଠାରୁ ବଡ ନିର୍ବାଚନ ପ୍ରତିଶ୍ରୁତି ପୂରଣ ଦିଗରେ ଏହା ତାଙ୍କର ପ୍ରଥମ ବଡ ପଦକ୍ଷେପ ବୋଲି ଆଲୋଚନା କରାଯାଉଛି 

ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର ଗୋଟିଏ ଦିନ ମଧ୍ୟରେ ମହାମାରୀ କରୋନା ମୁକାବିଲା କରିବା ନିମନ୍ତେ ଜୋ ବିଡେନ ସୋମବାର ଦିନ 12 ଜଣିଆ କରୋନା ଭାଇରସ ଟାସ୍କ ଫୋର୍ସ କମିଟି ଗଠନ କରିବେ ବୋଲି ଘୋଷଣା କରିଛନ୍ତି । ତାଙ୍କର ସବୁଠାରୁ ବଡ ନିର୍ବାଚନ ପ୍ରତିଶ୍ରୁତି ପୂରଣ ଦିଗରେ ଏହା ତାଙ୍କର ପ୍ରଥମ ବଡ ପଦକ୍ଷେପ ବୋଲି ଆଲୋଚନା କରାଯାଉଛି | କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ବି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିବା କରୋନା ଜୀବାଣୁ ମୁକାବିଲା ପାଇଁ ସେ କଠୋର ପଦକ୍ଷେପ ନେବେ ବୋଲି ବିଡେନ ତାଙ୍କ ନିର୍ବାଚନରେ ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ ।

ଏହି ଟାସ୍କଫୋର୍ସରେ ସର୍ଜନ ଜେନେରାଲ ବିବେକ ମୁର୍ତ୍ତୀ, ପୂର୍ବତନ ଖାଦ୍ୟ ଏବଂ ଔଷଧ ପ୍ରଶାସନ କମିଶନର ଡେଭିଡ କେସଲର ଏବଂ ୟେଲ ବିଶ୍ୱବିଦ୍ୟାଳୟର ଜନସ୍ୱାସ୍ଥ୍ୟ ବିଭାଗର ପ୍ରଫେସର ମାର୍ସେଲା ନ୍ୟୁନେଜ ସ୍ମିଥ ସାମିଲ ହେବେ । ଟାସ୍କଫୋର୍ସରେ ଓବାମା ପ୍ରଶାସନର ସ୍ୱାସ୍ଥ୍ୟ ପରାମର୍ଶଦାତା ଇଜେକେଲ ଇମାନୁଏଲ ମଧ୍ୟ ରହିବେ ବୋଲି ଜଣାପଡିଛି ।

ବିଜୟ ଲାଭ ପରେ ଶନିବାର ଦିନ ସେ ଦେଇଥିବା ନିଜ ଅଭିଭାଷଣରେ କହିଛନ୍ତି ଯେ ଏହି ମହାମାରୀକୁ ଶେଷ କରିବା ପାଇଁ ମୁଁ କୌଣସି ବି ସୁଯୋଗକୁ ହାତଛଡା କରିବି ନାହିଁ ।

ବିଡେନଙ୍କ ସୂଚନା ଅନୁଯାୟୀ, ଏହି ଟାସ୍କଫୋର୍ସ କରୋନା ଜୀବାଣୁ ସହିତ ଲଢିବା ପାଇଁ ଯୋଜନାକୁ ଏକ ଆକ୍ସନ୍ ବ୍ଲୁ ପ୍ରିଣ୍ଟରେ ପରିଣତ କରିବ । ଏହି ଟାସ୍କଫୋର୍ସରେ ସାମିଲ ହୋଇଥିବା ବ୍ୟକ୍ତିଙ୍କ ନାମ ଘୋଷଣା ପରେ ଏହି ଅଧିକାରୀମାନେ ସୋମବାର ଦିନ ବିଡେନଙ୍କୁ ଏକ ସଂକ୍ଷିପ୍ତ ପରାମର୍ଶ ଦେବେ।

ସୂଚନାଯୋଗ୍ୟ ଯେ, ଆମେରିକାରେ ଏପର୍ଯ୍ୟନ୍ତ 98 ଲକ୍ଷରୁ ଅଧିକ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇ ସାରିଲେଣି । ଏଥିସହ 2,37,000 ଲୋକଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଘଟିସାରିଲାଣି । ବର୍ତ୍ତମାନ ମଧ୍ୟ ଆମେରିକାରେ ପ୍ରତି ଦିନ ନୂଆ ନୂଆ କରୋନା ରୋଗୀଙ୍କ ସଂଖ୍ୟା ଚିହ୍ନଟ ହେବାରେ ରେକର୍ଡ କରୁଛି ।

Show More

Related Articles

Back to top button