Breaking PLUSଓଡ଼ିଶାମୁଖ୍ୟ ଖବର

କାଳୀପୂଜା ପାଇଁ କଟକରେ ଜାରି ହେଲେ ଗାଇଡଲାଇନ୍

ଚଳିତ ବର୍ଷ ସବୁ କିଛି ଫିକା ପକାଇଛି କରୋନା ମହାମାରୀ । ଦୁର୍ଗାପୂଜା ଏବଂ ଲକ୍ଷ୍ମୀ ପୂଜା ପରି ଏଥର କରୋନା କଟକଣା ମଧ୍ୟରେ ପାଳିତ ହେବ କାଳୀ ପୂଜା । ଏନେଇ କଟକ ଡିସିପି ପ୍ରତୀକ ସିଂ କଟକଣା ଜାରି କରିଛନ୍ତି ।

ଚଳିତ ବର୍ଷ ସବୁ କିଛି ଫିକା ପକାଇଛି କରୋନା ମହାମାରୀ । ଦୁର୍ଗାପୂଜା ଏବଂ ଲକ୍ଷ୍ମୀ ପୂଜା ପରି ଏଥର କରୋନା କଟକଣା ମଧ୍ୟରେ ପାଳିତ ହେବ କାଳୀ ପୂଜା । ଏନେଇ କଟକ ଡିସିପି ପ୍ରତୀକ ସିଂ କଟକଣା ଜାରି କରିଛନ୍ତି ।

ପୂଜା ସମୟରେ ଭିଡକୁ ନିୟନ୍ତ୍ରଣ କରିବାକୁ ପୋଲିସ ପାଟ୍ରୋଲିଂକୁ କଡା କଡି କରିବା ସହ ବିଭିନ୍ନ ସ୍ଥାନରେ ଏଡ୍ ପୋଷ୍ଟ ରହିବ । ଦୀପାବଳିରେ ବାଣ ଫୁଟାଇବାକୁ ନେଇ ରାଜ୍ୟ ସରକାର କଟକଣା ଜାରି ରଖିବା ସହ ଏଥିପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ସହ ସହର ଭିତରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଗାଇଡ କରାଇବାକୁ ୫୦ଜଣ ଅଫସର ନିୟୋଜିତ ରହିବେ ।

ଗାଇଡଲାଇନକୁ ମାନି ପୂଜା ହେବ ବୋଲି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଏସଆରସି ଗାଇଡଲାଇନ ମାନି ପୂଜା ହେବା ସହ ପୂଜା ଠାରୁ ଭଷାଣୀ ବେଳେ ଅଧିକ ଗହଳି ହୋଉଛି । ତେବେ ଏହା ଉପରେ ପୋଲିସର ସ୍ୱତନ୍ତ୍ର ନଜର ସହ ମୂର୍ତ୍ତି ବିସର୍ଜନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୧୧ଟି ପୋଖରୀର ବ୍ୟବସ୍ଥା ହୋଇଥଇବା ଡିସିପି କହିଛନ୍ତି ।

Show More

Related Articles

Back to top button