Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ଆଜି ପ୍ରକାଶ ପାଇବ +୨ ଅଫଲାଇନ ପରୀକ୍ଷା ଫଳ

ଆଜି ପ୍ରକାଶ ପାଇବ +୨ ଅଫଲାଇନ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ମିଳିଛି । ଆଜି ସନ୍ଧ୍ୟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www. orissaresults.nic.in ରେ ପ୍ରକାଶ ପାଇବ ପରୀକ୍ଷା ଫଳ ।

ଚଳିତ ବର୍ଷ କୋଭିଡ କଟକଣାକୁ ଅନୁପାଳନ କରାଯାଇ ପରୀକ୍ଷା ହୋଇନଥିଲା । ପୂର୍ବ ପରୀକ୍ଷାର ମାର୍କ ମୁତାବକ ଫଳ ପ୍ରକାଶ ପାଇଥିଲା । ଗୋଟେପଟେ ଚଳିତବର୍ଷ +୨ରେ ଭଲ ରେଜଲ୍ଟ ହୋଇଥିବାବେଳେ ଅନ୍ୟପଟେ କିଛି ଛାତ୍ରଛାତ୍ରୀ ରେଜଲ୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ଉଚ୍ଚ ଶିକ୍ଷା ବିଭାଗର ସୂଚନା ରହିଥିଲା, ଯେଉଁମାନେ ମାର୍କରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ ପରୀକ୍ଷା ଦେଇପାରିବେ । ତେଣୁ ଏଥିପାଇଁ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆବେଦନ ପତ୍ର ଭରିଥିଲେ । ଅକ୍ଟୋବର ୧ ରୁ ୧୧ ତାରିଖ ଯାଏଁ ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ହୋଇଥିବା ରାଜ୍ୟର ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ । ତେବେ ଆଜି ସଂନ୍ଧ୍ୟାରେ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Show More

Related Articles

Back to top button