Breaking PLUSଦେଶ ବିଦେଶମୁଖ୍ୟ ଖବର

ଉତ୍ତରାଖଣ୍ଡ ପ୍ରଳୟ, ୭୨ ଘଣ୍ଟାରୁ ଅଧିକ ସମୟ ହେଲାଣି ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଉତ୍ତରାଖଣ୍ଡରେ ଗ୍ଲାସିୟର୍ ଧସିବା ପରେ ସୃଷ୍ଟି ହୋଇଥିବା ବନ୍ୟାକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତିଛି । ତିନିଦିନରୁ ଅଧିକ ହେଲା ନିଖୋଜଙ୍କୁ ଖୋଜୁଛନ୍ତି ଯବାନ । ସୁଡ଼ଙ୍ଗ ଭିତରେ ଚାଲିଛି ଜୀବନ ସନ୍ଧାନ । ଡ୍ରୋନ୍ କ୍ୟାମେରା ମାଧ୍ୟମରେ ସୁଡ଼ଙ୍ଗ ଭିତରେ ଫସିଥିବା ଲୋକଙ୍କ ସନ୍ଧାନ କରାଯାଉଛି ।

ଉତ୍ତରାଖଣ୍ଡରେ ଗ୍ଲାସିୟର୍ ଧସିବା ପରେ ସୃଷ୍ଟି ହୋଇଥିବା ବନ୍ୟାକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତିଛି । ତିନିଦିନରୁ ଅଧିକ ହେଲା ନିଖୋଜଙ୍କୁ ଖୋଜୁଛନ୍ତି ଯବାନ । ସୁଡ଼ଙ୍ଗ ଭିତରେ ଚାଲିଛି ଜୀବନ ସନ୍ଧାନ । ଡ୍ରୋନ୍ କ୍ୟାମେରା ମାଧ୍ୟମରେ ସୁଡ଼ଙ୍ଗ ଭିତରେ ଫସିଥିବା ଲୋକଙ୍କ ସନ୍ଧାନ କରାଯାଉଛି । ଏବେ ଯାଏ ୩୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୯୭ ଜଣ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ଭାରତୀୟ ଯବାନଙ୍କ ସହ, ଆଇଟିବିପି, ଏନଡିଆରଏଫ୍, ଏସଡିଆରଏଫ୍ ଏବଂ ଅନ୍ୟ ଏଜେନ୍ସି ଲାଗିଛନ୍ତି । ୩ ଦିନ ହେଲା ସୁଡ଼ଙ୍ଗ ଭିତରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତପୋବନ ସୁଡ଼ଙ୍ଗରେ ଜେସିବି ମେସିନ୍ ସାହାଯ୍ୟରେ ଲଗାତାର ମାଟି ବାହାର କରାଯାଉଛି । ଉଦ୍ଧାରକାରୀ ଦଳକୁ ୧୮୦ ମିଟର ଯାଏ ମାଟି ହଟାଇବାକୁ ଥିବାବେଳେ ଏବେ ଯାଏ ୧୨୦ ମିଟର ହଟାଇ ଦିଆଯାଇଛି । ୬୦ ମିଟର ଖୋଳିବା କାମ ବାକି ରହିଛି । ଉଦ୍ଧାର କାର୍ଯ୍ୟରେ ୬୦୦ରୁ ଅଧିକ ଯବାନ ନିୟୋଜିତ ଅଛନ୍ତି ।

ଉଦ୍ଧାର କାର୍ଯ୍ୟ ବତୀତ ଯବାନମାନେ ବନ୍ୟା ବିପନ୍ନଙ୍କ ପାଖରେ ଖାଦ୍ୟ, ଔଷଧ ଏବଂ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଉଛନ୍ତି । ଏନଟିପିସିର ତପୋବନ-ବିଷ୍ଣୁଗଡ଼ ପ୍ରୋଜେକ୍ଟର ୨.୫ କିଲୋମିଟର ଲମ୍ବା ସୁଡ଼ଙ୍ଗରେ ୨୫ରୁ ୩୫ ଜଣ ଫସିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ସୁଡ଼ଙ୍ଗରେ ଜଳସ୍ତର ଲଗାତାର ବଢ଼ୁଥିବାରୁ ଲୋକଙ୍କ ସହ ସମ୍ପର୍କ ସ୍ଥାପିତ ହୋଇପାରିନାହିଁ ।

ବନ୍ୟା ପରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ରୈଣୀ ଓ ଲାତାଗ୍ରାମ ଗସ୍ତ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାୱତ । ସେ ଗାଁରେ ସ୍ଥିତି ଦେଖିବା ସହ ନିଖୋଜ ସଦସ୍ୟଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି । ଉକ୍ତ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚା ଯାଉଛି ।

Show More

Related Articles

Back to top button