
ପାଣାଜୀ: ସୋନାଲି ପାର୍ଟି କରିଥିବା ରେଷ୍ଟୁରାଣ୍ଟକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ପ୍ରଶାସନିକ ଆକ୍ସନ୍। ଯେଉଁ ରେଷ୍ଟୁରାଣ୍ଟରେ ସୋନାଲିଙ୍କ ସହ ଅନୈତିକ ଘଟଣା ଘଟିଥିଲା ତାକୁ ଗୋଆ ସରକାର ଆଜି ଭାଙ୍ଗିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୋଆର ଅଞ୍ଜୁନା ଠାରେ ଥିବା ବିବାଦୀୟ ରେଷ୍ଟୁରାଣ୍ଟକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନାଅନୁସାରେ ଗୋଆର ପ୍ରସିଦ୍ଧ ଅଞ୍ଜୁନା ବେଳାଭୂମିରେ ଅବସ୍ଥିତ ‘କର୍ଲିଜ ରେଷ୍ଟୁରାଣ୍ଟରେ ହିଁ ସୋନାଲିଙ୍କ ମୃତ୍ୟୁ ଷଡ଼ଯନ୍ତ୍ର ରଚାଯାଇଥିଲା। ମୃତ୍ୟୁର କିଛି ସମୟ ପୂର୍ବରୁ ରେଷ୍ଟୁରାଣ୍ଟରେ ହିଁ ସୋନାଲି ରଙ୍ଗିନ୍ ପାର୍ଟିରେ ସାମିଲ ହୋଇଥିଲେ। ସୋନାଲିଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ପାଞ୍ଚ ଜଣଙ୍କ ମଧ୍ୟରେ ଏହାର ମାଲିକ ଏଡୱିନ୍ ନ୍ୟୁନ୍ସ ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ । ତେବେ ଏଡୱିନ୍ ନ୍ୟୁନ୍ସଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ରେଷ୍ଟୁରାଣ୍ଟ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ଏହାକୁ ଭଙ୍ଗାଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ସିଆରଜେଡ୍ ନିୟମକୁ ଉଲ୍ଲଂଘନ କରି ନୋ’ ଡେଭଲପମେଣ୍ଟ ଜୋନରେ ଏହି ରେଷ୍ଟୁରାଣ୍ଟ ନିର୍ମାଣ ହୋଇଥିଲା। ତେଣୁ ଏହାକୁ ଭଙ୍ଗାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ଭାଙ୍ଗିବା ପାଇଁ ସ୍ଥାନୀୟ ପ୍ରଶାସନ ଆଜି ପୁଲିସ ଫୋର୍ସ ସହାୟତାରେ ଘଟଣାସ୍ଥଳରେ ପହଞ୍ଚିଲା। ପୂର୍ବରୁ ବେଆଇନ ନିର୍ବାଣ ଭଙ୍ଗାଯିବା ନେଇ ଗୋଆ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହି ନିର୍ଦ୍ଦେଶ ବିରୋଧରେ ସମ୍ପୃକ୍ତ ରେଷ୍ଟୁରାଣ୍ଟ ମାଲିକ ଗ୍ରୀନ ଟ୍ରିବ୍ୟୁନାଲ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଅନ୍ୟପଟେ ସୋନାଲି ଫୋଗଟ ମୃତ୍ୟୁ ମାମାଲର ସିବିଆଇ ତଦନ୍ତ ପାଇଁ ଦାବି ହୋଇଛି ।