ଓଡ଼ିଶାଦେଶସ୍ୱତନ୍ତ୍ର

ସଚେତନା ଅବଲମ୍ବନ କରି କିଛିମାତ୍ରାରେ କମାଇ ପାରିବେ ବିଜୁଳି ବିଲ୍‌

ଅତ୍ୟଧିକ ବିଜୁଳି ବିଲ୍‌ ଆପଣଙ୍କ ଚିନ୍ତା ବଢାଉଛି କି । ତେବେ ଆପଣମାନେ ସଚେତନତା ଅବଲମ୍ବନ କରି କିଛିମାତ୍ରାରେ କମାଇ ପାରିବେ ବିଜୁଳି ବିଲ୍‌ । ବର୍ତ୍ତମାନ ଆଧୁନିକକରଣ ଜୀବନଶୈଳୀ ପାଇଁ ପ୍ରତିଟି ଘରେ ଟିଭି, ଫ୍ରିଜ,ଗ୍ରାଇଣ୍ଡର, କୁଲର, ୱାସିଂମେସିନ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଇଲେଟ୍ରୋନିକ ଜିନିଷ । ଯେଉଁଥି ପାଇଁ ବିଜୁଳି ବିଲ୍‌ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଥାଏ ।

ଯଦି ଆପଣ ମଧ୍ୟ ଆପଣଙ୍କ ଇଲେକ୍ଟ୍ରିକ ବିଲକୁ ନେଇ ଚିନ୍ତିତ ତେବେ ଆପଣାନ୍ତୁ ଏହି ଟିପ୍ସ-

1- ଯଦି ରୁମରେ କେହିନାହାନ୍ତି ଏବଂ ସେଠାରେ ଲାଇଟ୍‌ ଜଳୁଛି କିମ୍ବା ଫ୍ୟାନ୍‌ ବୁଲୁଛି, ତେବେ ସେ ରୁମର ଲାଇଟ୍‌ ଓ ଫ୍ୟାନର ସୁଇଚ୍‌ ଅଫ୍‌ କରିଦିଅନ୍ତୁ ।

2- ଯଦି ଆପଣ ଆପଣଙ୍କ ଇଲେକଟ୍ରିକ୍‌ ବିଲକୁ ନେଇ ଚିନ୍ତିତ ତେବେ ଘରେ ସବୁବେଳେ ଏଲଇଡି ଲାଇଟ୍‌ ବ୍ୟବହାର କରନ୍ତୁ

3- ବେଳେବେଳେ ବାଥରୁମରେ କେହି ନଥିବା ସତ୍ତ୍ୱେ ମଧ୍ୟ  ସୁଇଚ୍‌ ଅଫ୍‌ କରିବାକୁ ଭୁଲିଯାନ୍ତି । ଏଥିପାଇଁ ସତର୍କ ରହିବା ଉଚିତ୍‌ ।

4- ରୋଷେଇ ଘରେ ଯଦି ଆବଶ୍ୟକ ପଡୁଛି ଲାଇଟ୍‌ ସୁଇଚ୍‌ ଅନ କରନ୍ତୁ । ଦିନ ସମୟରେ ରୋଷେଇ ଘରେ ଝରକା ଦ୍ୱାରା ପଡୁଥିବା ଲାଇଟରେ କାମ କରିବାକୁ ଚେଷ୍ଟା କରନ୍ତୁ ।

5- ଯଦି ଆପଣ ଏସି କିମ୍ବା ଫ୍ରିଜ୍‌ କିଣୁଛନ୍ତି, ଚେଷ୍ଟା କରନ୍ତୁ ୫ ଷ୍ଟାର ଥିବା ଏସି କିମ୍ବା ଫ୍ରିଜ କିଣିବା ପାଇଁ । ଏହା ଆପଣଙ୍କ ବିଜୁଳି ବିଲ୍‌ କମ କରିବାରେ ସାହାଯ୍ୟ କରିବ ।

6- ଲାଇଟ, ଟିଭି, କୁଲର, ଏସି ଆଦି ଅତି ଆବଶ୍ୟକ ପଡିଲେ ଚଲାନ୍ତୁ । କୌଣସି ଜିନିଷ ଆବଶ୍ୟକ ନ ଥିଲେ ବିଶେଷ ଚଲାନ୍ତୁ ନାହିଁ ।

 

Show More

Related Articles

Back to top button