ଓଡ଼ିଶାମୁଖ୍ୟ ଖବରରାଜନୀତି

ବିଜେପିର ମିସନ୍‌ -୨୦୨୪କୁ ସଫଳ କରିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ୭କେନ୍ଦ୍ର ମନ୍ତ୍ରୀ

ଓଡ଼ିଶା ଗସ୍ତରେ ଆସୁଛନ୍ତି ୭ଜଣ କେନ୍ଦ୍ର ମନ୍ତ୍ରୀ । ବିଜେପିର ମିସନ୍‌ -୨୦୨୪କୁ ସଫଳ କରିବାକୁ ତିନି କେନ୍ଦ୍ର ମନ୍ତ୍ରୀ ତିନିଟି ସଂସଦୀୟ କ୍ଷେତ୍ରରେ ଦଳର ସାଂଗଠନିକ ସମୀକ୍ଷା କରିବା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୨ ଦିନ ଭିତରେ ଓଡ଼ିଶା ଆସୁଛନ୍ତି ୭ ଜଣ କେନ୍ଦ୍ରମନ୍ତ୍ରୀ। ଆଜି ୬ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟ, ଅଶ୍ୱିନୀ ଚୌବେ, ଭୂପେନ୍ଦ୍ର ଯାଦବ ଓ ବିଶେଶ୍ୱର ଟୁଡୁ ଆସୁଥିବା ବେଳେ ଆସନ୍ତାକାଲି ଜଣେ କେନ୍ଦ୍ର ମନ୍ତ୍ରୀ ନିଶିଥ ପାରମାଣିକ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।

-କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଯାଜପୁର ସଂସଦୀୟ କ୍ଷେତ୍ରର ଦାୟିତ୍ବ ଦିଆଯାଇଥିବାରୁ ସେ ଶୁକ୍ରବାର ସକାଳେ ଭୁବନେଶ୍ବରରେ ପହଞ୍ଚିବା ପରେ ଯାଜପୁର ଯିବେ।ସେଠାରେ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା କରିବେ।

-ସେହିପରି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆସନ୍ତାକାଲି ଆସିବାକୁ ଥିବାବେଳେ ସେ କଟକ ସଂସଦୀୟ କ୍ଷେତ୍ରରେ ଦଳୀୟ ସାଙ୍ଗଠନିକ ସମୀକ୍ଷା କରିବେ।

-କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳର ସାଙ୍ଗଠନିକ ସମୀକ୍ଷା ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ।

-କେନ୍ଦ୍ର ଶ୍ରମ ଏବଂ ନିୟୋଜନ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତ‌ରେ ଆସୁଥିବାବେଳେ ସେ ଭୁବନେଶ୍ବର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶନିବାର ପୁରୀରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ ଯୋଗଦେବା ସହ ଭୁବନେଶ୍ବରରେ ଆୟୋଜିତ ସର୍ବଭାରତୀୟ ଚିଡ଼ିଆଖାନା ନିର୍ଦ୍ଦେଶକ ସମ୍ମିଳନୀରେ ଯୋଗଦେବେ।

-ସେହିପରି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ ‌େଚାବେ ବି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶୁକ୍ରବାର ରାତିରେ ଓଡ଼ିଶା ଗସ୍ତରେ ଆସିବେ।

– କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ବିଭାଗ ରାଷ୍ଟ୍ର ମନ୍ତ୍ରୀ ନିଶିଥ୍‌ ପରମାଣିକ୍ କେନ୍ଦ୍ରାପଡ଼ା ଲୋକସଭା ଦାୟିତ୍ବରେ ଥିବାବେଳେ ସେ ଶନିବାର କେନ୍ଦ୍ରାପଡ଼ା ଗସ୍ତରେ ଯିବେ ବୋଲି ଜଣାପଡ଼ିଛି।

ଏନେଇ ବିଜେପି ସୂତ୍ରରୁ ସୂଚନା ମିଳିଛି

Show More

Related Articles

Back to top button