ଦେଶଦେଶ ବିଦେଶବ୍ୟକ୍ତିତ୍ୱସାକ୍ଷାତକାରସ୍ୱତନ୍ତ୍ର

ଆସନ୍ତା ୧୫ରୁ ଦୁଇଦିନିଆ ଉଜ୍‌ବେକିସ୍ତାନ ଗସ୍ତରେ ଯିବେ ପ୍ରଧାମନ୍ତ୍ରୀ

ଆସନ୍ତା ସେପ୍ଟେମ୍ବର ୧୫ ଓ ୧୬ ତାରିଖରେ ଦୁଇଦିନିଆ ଉଜ୍‌ବେକିସ୍ତାନ ଗସ୍ତରେ ଯିବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାଂଘାଇ ସହଯୋଗ ସଂଗଠନ ( ଏସ୍‌ସିଓ ) ବୈଠକରେ ଭାଗନେବାର କାର୍ଯ୍ୟକ୍ରମ ରହିଛି । ବୈଠକ ଦୁଇଦିନ ଧରି ଉଜ୍‌ବେକିସ୍ତାନ ରାଜଧାନୀ ସମରକନ୍ଦରେ ଆୟୋଜିତ ହେବ । ଚଳିତ ଏସ୍‌ସିଓ ସମିଶ୍ର ଏଜେଣ୍ଡା ଆଞ୍ଚଳିକ ଶାନ୍ତି , ମହିଳା ସଶସ୍ତୀକରଣ , ଗରିବ ଏବଂ ଖାଦ୍ୟ ସୁରକ୍ଷା ବିଷୟରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି ।

ତେବେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ , ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ମଧ୍ୟ ଭାଗନେବେ ।  ଏସ୍‌ସିଓ ମୋଟ ୮ ସଦସ୍ୟ ଦେଶଙ୍କୁ ନେଇ ଗଠିତ , ଯେଉଁଥରେ ଭାରତ , ପାକିସ୍ତାନ , ରୁଷ , ଚୀନ୍ , କିର୍ଗିଜସ୍ତାନ , କାଜାଖସ୍ତାନ, ଉଜ୍‌ବେକିସ୍ତାନ ଓ ତାଜିକସ୍ତାନ ରହିଛନ୍ତି । ଇରାନ ଓ ବେଲୁରୁଷ ଏଥିରେ ସାମିଲ ହେବାର ସମ୍ଭାବନା ରହିଛି । ଏସ୍‌ସିଓର ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।

Show More

Related Articles

Back to top button