ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଛତିଶଗଡରରେ ଟ୍ରଲର-ବସ୍‍ ଧକ୍କା ହୋଇ ୭ ମୃତ

ରାୟପୁର : ଛତିଶଗଡର କୋରବା ଜିଲ୍ଲାର ମଡଇ ଘାଟ ନିକଟରେ ଏକ ଟ୍ରଲର-ବସ୍‍ ଧକ୍କା ହୋଇ ୭ ଜଣ ମୃତ୍ୟୁ ବରଣ କରିଛନ୍ତି। ଆଜି ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, କୋରବାର ପୁଲିସ ଅଧିକାରୀଙ୍କ ସୂଚନାଅନୁଯାୟୀ, ଏହି ଦୁର୍ଘଟଣା ବାଙ୍ଗୋ ଥାନା ଅନ୍ତର୍ଗତ ମଡଇ ଘାଟ ନିକଟରେ ଭୋର ୪ଟାରେ ହୋଇଛି। ଉକ୍ତ ବସ୍‍ଟି ରାୟପୁର ରୁ ସରଗୁନା ଜିଲ୍ଲାରୁ ଆସିଥିଲା। ବସ ଚାଳକ ଜଣକ ବିପରୀତ ଦିଗରୁ ଆସୁଥିବା କାର ସହ ଧକ୍କା ହେବାରୁ ରକ୍ଷା ପାଇବାକୁ ଯାଇ ରାସ୍ତାରେ ଠିଆ ହୋଇଥିବା ଟ୍ରଲର ସହ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବସ ଚାଳକଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି।

Show More

Related Articles

Back to top button