ଓଡ଼ିଶାଖେଳଦେଶମୁଖ୍ୟ ଖବର

ଚର୍ତୁଥ ଥର ପାଇଁ କ୍ରୀଡା ସଂଘର ଉପ ସଭାପତି ହେଲେ ଦୁଲାଲ ଚନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁରର ଜଣାଶୁଣା ସ୍ୱେଚ୍ଛାସେବୀ ତଥା ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ ଚର୍ତୁଥ ଥର ପାଇଁ ଓଡିଶା ଆଥଲେଟିକ ଏସୋସିଏସନର ଉପ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି । କଟକ ଠାରେ ରବିବାର ଅନୁଷ୍ଠିତ ଏହି ନିର୍ବାଚନରେ ସର୍ବସମ୍ମତି କ୍ରମେ ଦୁଲାଲ ପ୍ରଧାନଙ୍କୁ ଉପ ସଭାପତି ରୂପେ ମନୋନିତ କରାଯାଇଛି । ଛାତ୍ର ଜୀବନରୁ କ୍ରୀଡା ସହିତ ଜଡିତ ଥିବା ଶ୍ରୀ ପ୍ରଧାନଙ୍କ ନିରନ୍ତର ସମ୍ବଲପୁର ଜିଲ୍ଲା ସମେତ ରାଜ୍ୟର କ୍ରୀଡା କ୍ଷେତ୍ରର ବିକାଶ ନିମନ୍ତେ ଉଦ୍ୟମରତ ରହିଛନ୍ତି । ତାଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ଏସୋସିଏସନର ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ସମସ୍ତ ସଦସ୍ୟ ମାନଙ୍କୁ ସେ ଆନ୍ତରିକ କୃତଜ୍ଞତା ଜଣାଇ ନିଷ୍ଠାର ସହିତ ତାଙ୍କର କାର୍ଯ୍ୟ ଜାରି ରଖିବେ ବୋଲି ଦୁଲାଲ ଚନ୍ଦ୍ର ପ୍ରଧାନ କହିଛନ୍ତି । ଏଥି ସହ ସମ୍ବଲପୁର ଜିଲ୍ଲା କ୍ରୀଡା ସଂଘର ସଦସ୍ୟ ଓ କ୍ରୀଡାପ୍ରେମୀ ମାନଙ୍କୁ ମଧ୍ୟ ସେମାନଙ୍କର ଶୁଭେଚ୍ଛା ଓ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି ଦୁଲାଲ । ଏହି ଖବର ଜଣାପଡିବା ପରେ ସମ୍ବଲପୁର ଜିଲ୍ଲାରେ କ୍ରୀଡା ପ୍ରେମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ସବୁ ମହଲରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛନ୍ତି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା କ୍ରୀଡା ସଂଘର ସାଧାରଣ ସମ୍ପାଦକ ଦାୟିତ୍ୱରେ ଦୁଲାଲ ରହିଥିବା ବେଳେ ଜାତୀୟ, ରାଜ୍ୟ ଓ ଜିଲାସ୍ତରର କ୍ରିକେଟ, ଫୁଟବଲ, କ୍ରୀଡା ଆଦି ପ୍ରତିଯୋଗୀତା ମାନ ଆୟୋଜିତ ସମ୍ବଲପୁର ହୋଇଛି ।

Show More

Related Articles

Back to top button