Breaking PLUSଦେଶମୁଖ୍ୟ ଖବର

ସେନାରେ ଯୋଗ ଦେବାକୁ ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୮୨ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କହିଛନ୍ତି ମନର କଥା । ଦେଶରେ ୧୦୦ କୋଟି ଟିକାକରଣ ଆମ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି ।

ଏହାସହ ପ୍ରଧାନମନ୍ତ୍ରୀ ବିର୍ସା ମୁଣ୍ଡାଙ୍କ ଆଦର୍ଶରୁ କିଛି ଶିକ୍ଷା ଗ୍ରହଣ କରିବାକୁ ଯୁବପିଢିଙ୍କୁ ଆହ୍ୱାନ କରିଛନ୍ତି । ସେନାରେ ମହିଳାଙ୍କ ଯୋଗଦାନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । କୋବ୍ରା ବାଟାଲିୟନରେ ମହିଳାଙ୍କ ଟ୍ରେନିଂ ଆମକୁ ଆଶ୍ଚର୍ଯ୍ୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ରୀୟ ସଶସ୍ତ୍ର ବଳ ସମେତ ଦେଶର ପୋଲିସ ବିଭାଗରେ ମହିଳାଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଯାଇଛି । ସବୁ କ୍ଷେତ୍ରରେ ଭାରତୀୟ ମହିଳାମାନେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି । ଆଜି ଆମେ ପାଳନ କରୁଥିବା ‘ସଂଯୁକ୍ତ ରାଷ୍ଟ୍ର ଦିବସ’ରେ ମଧ୍ୟ ଭାରତୀୟ ମହିଳାମାନେ ମୁଖ୍ୟ ଭୂମିକା ର୍ନିବାହ କରିଛନ୍ତି । ତେବେ ସେନାରେ ଆଗକୁ ଆହୁରି ମହିଳାମାନେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ।

Show More

Related Articles

Back to top button